କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଶିବିର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ସେବାସଂସ୍ଥା ଆନୁକୂଲ୍ୟରେ ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବିର ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ପ୍ରଫେସର ରଞ୍ଜିତ କୁମାର ଦାସ ଏହି ସେବା ଶିବିରକୁ ଉଦଘାଟନ କରିଥିଲେ । ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ପ୍ରଫେସର ପ୍ରମୋଦ କୁମାର ବେହେରା ସେବା ଶିବିରର ଶୁଭାରମ୍ଭ କରିଥିଲେ । ପ୍ରଫେସର ପ୍ରଭାମୟୀ ସାମନ୍ତରାୟ ଏହି ସେବା ଶିବିରକୁ ପରିଚାଳନା କରିଥିଲେ । ରବିବାର ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ସେବା ଶିବିର ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ୭ଦିନ ଧରି ଚାଲିବ । ଏହି ଶିବିରରେ ବିଭିନ୍ନ ସଚେତନା ମୂଳକ କାର୍ଯ୍ୟକ୍ରମ ଯଥା ବୃକ୍ଷରୋପଣ, କରୋନା ସଚେତନତା, ସଫେଇ ପ୍ରଭୃତି କାର୍ଯ୍ୟକ୍ରମ ସମେତ ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଆଦି କରାଯିବ । ପ୍ରଫେସର ତୁଷାରକାନ୍ତି ଭୂୟାଁ, ଅଧ୍ୟାପିକା ନିହାରିକା ମୁଦୁଲି, ଅଧ୍ୟାପକ ସେକ ହବିବ, ପ୍ରଫେସର ଗୈାରପ୍ରସାଦ ଷଡଙ୍ଗୀ, ପ୍ରଫେସର ଅଶୋକ କୁମାର ଦାସଙ୍କ ସମେତ ସ୍ୱେଛାସେବୀମାନେ ଏହି ଶିବିରରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ