କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପ୍ରଶିକ୍ଷଣ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ନାକ ମାନ୍ୟତାର ନବୀକରଣ ପାଇଁ ପ୍ରସ୍ତୁତି ନିମନ୍ତେ ଗୁରୁବାର ମହାବିଦ୍ୟାଳୟ ପରିସରରେ ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ବିଶେଷଜ୍ଞମାନଙ୍କଦ୍ୱାରା ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ପରାମର୍ଶଦାତା ପ୍ରଫେସର ସୁସ୍ମିତ ପାଣିଙ୍କ ସହ ପ୍ରଫେସର ପବିତ୍ର ମୋହନ ନନ୍ଦ ଓ ପ୍ରଫେସର ପ୍ରଦୀପ୍ତ କୁମାର ବେହେରା ପ୍ରଶିକ୍ଷକ ଭାବରେ ଯୋଗଦେଇ ମହାବିଦ୍ୟାଳୟ ଆଭ୍ୟନ୍ତରୀଣ ମାନ ନିର୍ଦ୍ଧାରଣ କମିଟି(ଆଇକ୍ୟୁଏସି)ସଦସ୍ୟ ଓ ପରେ ପରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ତଥା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଭୂମିକା ସମ୍ପର୍କରେ ସୂଚନା ଓ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଗୁଣବତ୍ତା ଅକ୍ଷୂର୍ଣ୍ଣ ରଖିବା ସହ ପୂର୍ବର ‘ଏ’ ଗ୍ରେଡ ଲାଭ ନିମିତ୍ତ ସମସ୍ତ ଅଂଶୀଦାରମାନଙ୍କର ସହଯୋଗ ପ୍ରୟୋଜନ ବୋଲି ସୂଚାଇଥିଲେ । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଆଇକ୍ୟୁଏସିର ସଂଯୋଜକ ଡଃ. ଦେବେନ୍ଦ୍ର ନାଥ ଗୋଛାୟତ, ବରିଷ୍ଠ ସଭ୍ୟ ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା, ଡଃ. ସେକ ସମସୁର, ବିନ୍ଦୁମିତ୍ର ବଳ, ପ୍ରାକ୍ତନ ପ୍ରାଧ୍ୟାପକ ଦୁର୍ଯ୍ୟୋଧନ ପରିଡା, ବାର୍ଷିକ ମାନ ବିବରଣୀ ପ୍ରଦାନ କମିଟି(ଏକ୍ୟୁଏଆର)ର ସଭ୍ୟମାନେ ବୈଠକରେ ଉପସ୍ଥିତ ଥିଲେ । ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗର ସଂଯୋଜକ ଡଃ. ପ୍ରଭାକର ମଲ୍ଲିକ, ବରିଷ୍ଠ ଅଧ୍ୟାପକ ଡଃ. ଜ୍ଞାନୀନ୍ଦ୍ର ଦାଶ, ରଞ୍ଜିତ କୁମାର ଦାସ, ଗୈାର ପ୍ରସାଦ ଷଡଙ୍ଗୀ, ଅଶୋକ କୁମାର ଦାସ ପ୍ରମୁଖ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସହୟତା କରିଥିଲେ । ପରିଶେଷରେ ଆଗନ୍ତୁକ ପରାମର୍ଶଦାତାମାନେ ପାଠାଗାର ଓ କାର୍ଯ୍ୟାଳୟ ତଥା ଆକାଉଣ୍ଟସ ସେକସନ ପରିଦର୍ଶନ କରି ଆବଶ୍ୟକ ପରାମର୍ଶ ମଧ୍ୟ ଦେଇଥିଲେ । କ୍ୟାପଟେନ ସୀମା ମହାନ୍ତି ଅପରାହ୍ନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ