କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଆହ୍ଵାନରେ ୨୬ ନଭେମ୍ଵର ସାଧାରଣ ଧର୍ମଘଟ ସଫଳତା ପାଇଁ ଜିଲ୍ଲାର ସମସ୍ତ ଵ୍ଲକ ଘେରିଵ ନିଖିଳ ଓଡ଼ିଶା ଅଙ୍ଗନଓ୍ଵାଡି କର୍ମୀ ସଂଘ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଏଆଇଟିୟୁସି ସଂଯୁକ୍ତ ନିଖିଳ ଓଡିଶା ଅଙ୍ଗନଓ୍ଵାଡି କର୍ମୀ ସଂଘର ଵାଲେଶ୍ବର ଜିଲ୍ଲା କମିଟି ଵୈଠକ ଜିଲ୍ଲା ସଭାପତି ପ୍ରତିଭା ପାଲଙ୍କ ଅଧ୍ଯକ୍ଷତାର ଅନୁଷ୍ଠିତ ହୋଇ ସମଗ୍ର ଆଇସିଡିଏସ ସମସ୍ଯା ସମ୍ପର୍କରେ ଆଲୋଚନା କରାଯାଇଥିଲା।ଯେଉଁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ପ୍ରାକ ଵିଦ୍ଯାଳୟ ଶିଶୁ ପୋଷାକ ସିଲେଇ ସଂସ୍ଥା ଥିଲେହିଁ ସେହି ସ୍ଵୟଂ ସହାୟକ ଗୋଷ୍ଠୀ ଶିଶୁ ପୋଷାକ ଯୋଗାଣ କରିଵା ପାଇଁ, ନଚେତ ପ୍ରତ୍ଯେକ ଅଙ୍ଗନଓ୍ଵାଡି କେନ୍ଦ୍ରର ମିଳିତ ଜାଞ୍ଚ କମିଟି ଖାତାକୁ ଟଙ୍କା ଦେଵା ପାଇଁ ସରକାରୀ ନିର୍ଦ୍ଦେଶ ଦିଆ ଯାଇଥିଵା ଵେଳେ, ଵାଲେଶ୍ଵର ଜିଲ୍ଲାରେ କୌଣସି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ଶିଶୁ ପୋଷାକ ସିଲେଇ ଶିଳ୍ପ ନଥାଇ ମଧ୍ଯ କେତେକ ସିଡିପିଓ ସ୍ଵୟଂସହାୟକ ଗୋଷ୍ଠୀ ଆଢୁଆଳରେ ଵେପାରୀମାନଙ୍କୁ ପୋଷାକ ଯୋଗାଣ ନିର୍ଦ୍ଦେଶ ଦେଇଛନ୍ତି।ଏହାର ଭିଜିଲାନସ ତଦନ୍ତ ହେଵା ଆଵଶ୍ଯକ।ପ୍ରାକ ଵିଦ୍ଯାଳୟ ଶିଶୁଙ୍କୁ ସ୍ଵେଟର ପ୍ରଦାନ ସମ୍ପର୍କରେ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ନାମା ଯଥା: ଯେଉଁ ସ୍ଵୟଂ ସହାୟକ ଗୋଷ୍ଠୀର ସ୍ଵେଟର ଵୁଣା ୟୁନିଟ ଥିଵ ଓ ସେମାନେ ଯୋଗାଣା ସମ୍ମତି ଦେଵେ ତାଙ୍କଠୁ ସଂଗ୍ରହ କରାଯିଵ, ନଚେତ ଅଙ୍ଗନଓ୍ଵାଡି କର୍ମୀ ସ୍ଥାନୀୟ ଵଜାରରୁ କ୍ରୟ କରି ଵଣ୍ଟନ କରିଵେ।ପ୍ରକାଶ ଥାଉକି,ଜିଲ୍ଲାରେ କୌଣସି ସ୍ଵୟଂ ସହାୟକ ଗୋଷ୍ଠୀର ଏଭଳି ୟୁନିଟ ନାହିଁ, କିନ୍ତୁ ସ୍ଵୟଂ ସହାୟକ ଗୋଷ୍ଠୀ ନାମରେ କେତକ ଵ୍ଯଵସାୟୀ ଏହାର ଟେଣ୍ଡର ନେଵାର ଷଡଯନ୍ତ୍ରରେ ଅଛନ୍ତି। ଏହି ଚୋରା ଵେପାର ଵନ୍ଦ କରି ସରକାରୀ ନିର୍ଦ୍ଦେଶ କାର୍ଯ୍ଯକାରୀ କରାଯାଉ।ଏହି ଦାଵି ସହ ଅଙ୍ଗନଓ୍ଵାଡି କର୍ମୀ ଓ ସହାୟିକାଙ୍କ ସମେତ ସମସ୍ତ ସ୍କିମ ଓ୍ଵାର୍କରଙ୍କୁ ଓ୍ଵାର୍କର ମାନ୍ଯତା ପ୍ରଦାନ,ଆଇସିଡିଏସ ଵ୍ଯତିତ ଅନ୍ଯ କାର୍ଯ୍ଯରେ ଅଙ୍ଗନଓ୍ଵାଡି କର୍ମୀଙ୍କୁ ସାମିଲ ନକରିଵା,ଆଵଶ୍ଯକତା ଅନୁସାରେ ଅଙ୍ଗନଓ୍ଵାଡିକୁ ଚାଉଳ ଯୋଗାଣ,ଖାଲିଥିଵା ସୁପରଭାଇଜର ପଦଵୀରେ ଅଙ୍ଗନଓ୍ଵାଡି କର୍ମୀଙ୍କୁ ପଦୋନ୍ନତି,ଏସଏନପି ଓ ଟିଏଚ ଆର ର ନିୟମିତ ଦେୟ ପ୍ରଦାନ ଓ ଅନ୍ଯାନ୍ଯ ଦାଵିରେ ୨୬ନଭେମ୍ଵର ସର୍ଵ ଭାରତୀୟ ସାଧାରଣ ଧର୍ମଘଟର ସଫଳତା ପାଇଁ ନିଖିଳ ଓଡିଶା ଅଙ୍ଗନଓ୍ଵାଡି କର୍ମୀ ସଂଘ ପକ୍ଷରୁ ପ୍ରତ୍ଯେକ ଵ୍ଲକ ସମ୍ମୁଖରେ ଵିକ୍ଷୋଭ ସହ ଵ୍ଳକ ଅଚଳ ରଖାଯିଵ।ଏହି ଵୈଠକରେ ଜିଲ୍ଲା ସମ୍ପାଦିକା ଲକ୍ଷ୍ମୀ ପ୍ରିୟା ଦାସ ଵିଵରଣୀ ଉପସ୍ଥାପନ କରିଥିଵା ଵେଳ ଏହି ଵୈଠକରେ ଏଆଇଟିୟୁସି ର ରାଜ୍ଯ ଉପସାଧାରଣ ସମ୍ପାଦକ ତଥା ନିଖିଳ ଓଡିଶା ଅଙ୍ଗନଓ୍ଵାଡି କର୍ମୀ ସଂଘ ରାଜ୍ଯ କାର୍ଯକାରୀ ସଭାପତି ଵିଜୟ ଜେନା,ଏଆଇଟିୟୁସି ଜାତୀୟ ପରିଷଦ ସଦସ୍ଯ ଜୟନ୍ତ ଦାସ, ସମାଜସେଵୀ ମନୋରଞ୍ଜନ ଦାସ,ଶାନ୍ତି ପ୍ରିୟା ଜେନା,ଶାନ୍ତି ଲତା ମାଝୀ,କଳ୍ପନା ଦେ,ସୁଷମା ପାତ୍ର,ନିଷାମଣୀ ନାୟକ,ପୁର୍ଣ୍ଣିମା ସାହୁ,ମାନିନୀ ଆଚାର୍ଯ୍ଯ, ନିର୍ଵାସିନୀ ପ୍ରଧାନ, ନିଳିମା ଜେନା,ରିଙ୍କି ହାଲଦାର,ଅଞ୍ଜଳୀ ପାତ୍ର,ଅନ୍ନପୁର୍ଣ୍ଣା ପ୍ରଧାନ, ଲକ୍ଷ୍ମୀ ପ୍ରିୟା,ସିପ୍ରା ପ୍ରମୁଖ ଯୋଗ ଦେଇ ସମସ୍ଯା ସମ୍ପର୍କରେ ଆଲୋଚନା ସହ ଧର୍ମଘଟର ସଫଳତା ପାଇଁ ଆଲୋଚନା କରିଥିଲେ ।