କେନ୍ଦ୍ରୀୟ ଦଳର କ୍ଷେତ୍ର ପରିଦର୍ଶନ
ବଡ଼ସାହି,(ନିରଞ୍ଜନ ମହାନ୍ତ): ଜୀବିକା ମିଶନର କେନ୍ଦ୍ରୀୟ ଦଳ ପକ୍ଷରୁ ଆଇଏଏସ ତନୁଜା ଥାଲକା ଓ ଶୈଳେଶ କୁମାର ବଡ଼ସାହି ବ୍ଲକ ଗସ୍ତ କରି ମିଶନ ଶକ୍ତିର ସ୍ଵୟଂ ସହାୟିକା ଗୋଷ୍ଠୀ, ସିଏଲଏଫ, ଜିପିଏଲଏଫ୍, ବିଏଲଏଫ୍ ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରିବା ସହିତ କ୍ଷେତ୍ର ପରିଦର୍ଶନ କରିଥିଲେ । ଏହି ଅବସରରେ ବଳଭଦ୍ରପୁର ପଂଚାୟତରେ ଅନୁଷ୍ଠିତ ଏକ ବୈଠକରେ ସେମାନେ ଯୋଗ ଦେଇ ଉପସ୍ଥିତ ମିଶନଶକ୍ତିର ମହିଳାମାନଙ୍କ ଠାରୁ ସେମାନେ କରୁଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିବା ସହିତ ଖାତାପତ୍ର ପାଂଚ କରିଥିଲେ । ଏହାପରେ ଏହି ପଂଚାୟତର ସିଂହଟିଆ ଗ୍ରାମର ଆକୁଡାଶୁଣୀ ସ୍ଵୟଂ ସହାୟିକା ଗୋଷ୍ଠୀ ପକ୍ଷରୁ କରାଯାଇଥିବା ବିଭିନ୍ନ ପ୍ରକାର ପନିପରିବା ଚାଷ ବୁଲି ଦେଖିଥିଲେ । ସେହିପରି ଦେଉଳିଆ ପଂଚାୟତ ଦେଉଳିଆ ଗ୍ରାମର ପ୍ରତିଷ୍ଠିତ ସୂର୍ଯ୍ୟସ୍ନାତା ଉତ୍ପାଦକ ଗୋଷ୍ଠୀ ନିକଟରେ ପଂହଚି ସେମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ପ୍ରକାର ରେଡିମେଡ ଜିନିଷ ଉପରେ ପଚାରି ବୁଝିବା ସହିତ ସେମାନଙ୍କ ଆୟବ୍ୟୟ ଓ କାମ କରୁଥିବା ପିଲାମାନଙ୍କୁ କିପରି ଗୋଷ୍ଠୀ ପକ୍ଷରୁ ଆତ୍ମ ନିର୍ଭରଶୀଳ କରାଯାଇଛି, ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ସେମାନଙ୍କ ସହିତ ଡିପିଏମ ନବୀନ ସେନାପତି ଓ ବଡସାହି ବ୍ଲକ୍ ଓ ଏଲଏମ ମାନସ ବେହେରା ଓ ଯୋଗେଶ କୁମାର ପରିଡା ଉପସ୍ଥିତ ଥିବାର ଦେଖାଯାଇଥିଲା