ସମୂହ ଛୁଟିରେ ଗଲେ ଯୋଗାଣ ସହାୟକ
ବଡ଼ସାହି, (ନିରଞ୍ଜନ ମହାନ୍ତ): ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ପକ୍ଷରୁ ହିତାଧିକାରୀଙ୍କ ସୁବିଧା ନିମନ୍ତେ ପ୍ରତ୍ୟେକ ପଞ୍ଚାୟତରେ ଯୋଗାଣ ସହାୟକ ନିଯୁକ୍ତ କରାଯାଇଛି। ଗତ ୨୦୧୨ ମସିହା ପାଖରୁ ଅଦ୍ୟାବଧି ଉକ୍ତ ଯୋଗାଣ ସହାୟକ ପ୍ରତି ସରକାର ଅଣଦେଖା ଓ ଅବହେଳା ପ୍ରଦର୍ଶନ କରିଚାଲିଛନ୍ତି। ଭରସା କରିଥିଲେ ନୁଆ ସରକାର ଆସିଲା କିଛି ସୁଫଳ ପାଇବେ । କିନ୍ତୁ ନୁଆ ସରକାର ମୋହନ ସରକାରଙ୍କ ଶାସନର ୮ ମାସ ବିତି ଗଲାଣି ଯୋଗାଣ ସହାୟକ ଦୁଃଖ ବୁଝି ନାହାନ୍ତି ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ ଏବଂ ଯୋଗାଣ କ୍ଷେତ୍ରରେ ଅସହଯୋଗ କରିବାର ସିଦ୍ଧାନ୍ତ ନେଇ ରାଜ୍ୟ ଓ ଜିଲ୍ଲା ସଂଘର ଆହ୍ବାନ କ୍ରମେ ବଡ଼ସାହି ବ୍ଲକର ସମସ୍ତ ୩୦ ପଞ୍ଚାୟତର ଯୋଗାଣ ସହାୟକଗଣ ଆଜି ପାଖରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସମୂହ ଛୁଟିରେ ରହିବା ସମ୍ପର୍କରେ ଏକ ଦାବିପତ୍ର ବଡ଼ସାହି ବିଡ଼ିଓ ବନଜା ଦାସ ଙ୍କୁ ପ୍ରଦାନ କରିଛନ୍ତି।୧୪ ତାରିଖ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରା ନ ଗଲେ ୧୫ ତାରିଖରୁ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।ବ୍ଲକ୍ ସଂଘ ପକ୍ଷରୁ ବିକାଶ ଚନ୍ଦ୍ର ମହାନ୍ତ,ପରଶୁରାମ ପରିଡ଼ା ଓ ଅଭିଜିତ ଦେ ନେତୃତ୍ୱ ନେଇଥିବା ଦେଖାଯାଇଛି।


