କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ବିଲମ୍ବ ପ୍ରସଙ୍ଗ, ଓକିଲ ସଂଘର ଆଲୋଚନା
ଛତ୍ରପୁର, : ଛତ୍ରପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାରେ ବିଳମ୍ବ ପ୍ରସଙ୍ଗ ନେଇ ସୋମବାର ସ୍ଥାନୀୟ ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନ୍ସପାଲ ଏବଂ ଅନ୍ୟାନ୍ୟ କର୍ତ୍ତୃପକ୍ଷ ଯୋଗଦେଇଥିଲେ । ଛତ୍ରପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରକ୍ରିୟା ଚାଲିଛି । ଅନସ୍ଲୋ ହାଇସ୍କୁଲରେ ଅସ୍ଥାୟୀ ଭାବେ କ୍ୟାମ୍ପସ୍ କାର୍ଯ୍ୟକାରୀ କରିବା ପାଇଁ ଅନୁମତି ଆସିଛି । ଏହାକୁ ଅତିଶୀଘ୍ର ହସ୍ତକ୍ଷେପ କରାଯିବ । କିନ୍ତୁ ଆର୍ଯ୍ୟପଲ୍ଲୀ ଠାରେ ୧୦ ଏକର ଜମିକୁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ହସ୍ତାନ୍ତର କିମ୍ବା ଚୁକ୍ତିନାମା ହୋଇନାହିଁ । ଏହି ପ୍ରକ୍ରିୟା ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଦୃଷ୍ଟିଗୋଚର ହେବା ପାଇଁ ରହିଛି । ଏହି ପ୍ରକ୍ରିୟା ସରିବା ପରେ ଦିଲ୍ଲୀ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଏଠାରେ ବିଦ୍ୟାଳୟ ଖୋଲିବା ପାଇଁ ଅନୁମୋଦନ କରିବେ । ନଚେତ ଜିଲ୍ଲା ପ୍ରଶାସନ ଏହି ପ୍ରକ୍ରିୟା ଚାଲିଛି ବୋଲି ଆଗୁଆ ଏକ ପତ୍ର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନକୁ ଜଣାଇବେ । ତେବେ ସେଠାରୁ ବିଦ୍ୟାଳୟ ଖୋଲିବା ପାଇଁ କୌଣସି ଉତ୍ତର ମିଳିବା ସମ୍ଭାବନା ରହିଛି ବୋଲି ଛତ୍ରପୁର କେନ୍ଦ୍ରୀୟ ବିଦ୍ୟାଳୟ ଦାୟିତ୍ୱରେ ରହିଥିବା ପ୍ରିନ୍ସପାଲ ବିଘ୍ନେଶ୍ୱର ପଟ୍ଟନାୟକ ଆଲୋଚନା ବୈଠକରେ କହିଥିଲେ । ଏହି ପ୍ରକ୍ରିୟାକୁ ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ଓକିଲ ସଂଘ ଏବଂ ସହରର ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତମାନେ ଜିଲ୍ଲାପାଳ ଓ ଆରଡିସିଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଆଲୋଚନା ବୈଠକରେ ଓକିଲ ସଂଘର ସଭାପତି କେ.ଶିବରାମ ରେଡ୍ଡି, ନାଗରିକ କମିଟିର ସଭାପତି ଗୋକୁଳ ଚନ୍ଦ୍ର ପଣ୍ଡା, ସଂପାଦକ ସୁଧୀର ସାହୁ, ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ଆଇନଜିବୀ ବି.ଶ୍ରୀନିବାସ ରାଓ, ମହାଶକ୍ତି ବଣିକ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତି, ୟୁଥମାସ ସେବାସଂଘର ସଂପାଦକ ସୟଦ ମୁକ୍ତାର, ଅପରବାସଷ୍ଟାଣ୍ଡ ବଣିକ ସଂଘର ସଭାପତି ବି.ରାଜିବାବୁ, ରିକାପଲ୍ଲୀ ବ୍ୟଘ୍ରଦେବୀ ବଣିକ ସଂଘର ସଭାପତି ଲକ୍ଷ୍ମୀନାରାୟଣ ପଣ୍ଡା, ଆଇନଜିବୀ ପ୍ରଦୀପ କୁମାର ପାଢୀ, ଶଶି ପଟ୍ଟନାୟକ, ସରକାରୀ ଓକିଲ ଭୈରବୀ ପଟ୍ଟନାୟକ,ଶିବ ପ୍ରସାଦ ସାହୁ ପ୍ରମୁଖ ଭାଗ ନେଇଥିଲେ ।


