କେନ୍ଦ୍ରୀୟ ସହାୟତାରୁ ବଞ୍ଚିତ ରାସ୍ତାକଡ଼ ଉଠାଦୋକାନୀ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା): କରୋନା ଭଳି ମାରାତ୍ମକ ଭୂତାଣୁ ଜନିତ ରୋଗ ମହାମାରୀ ରୂପ ନେଇ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିଥିବାରୁ ପ୍ରତିଦିନ ଶହ ଶହ ଲୋକ ଏହି ରୋଗ ଯୋଗୁଁ ମୃତ୍ୟୁ ମୁଖରେ ପଡୁଛନ୍ତି l ସେଥିପାଇଁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସରକାର ଲକଡାଉନ୍ କରିଛନ୍ତି l ଯାହାଫଳରେ ଲୋକେମାନେ ନିଜ ନିଜର ଜୀବିକା ହରାଇବସିଛନ୍ତି l ସେହି ଲୋକଙ୍କ ଭିତରେ ରାସ୍ତାକଡ଼ର ଉଠାଦୋକାନୀଙ୍କର ଦୁଃଖ କହିଲେ ନସରେ, ସେମାନେ ପ୍ରତିଦିନ ଯାହା ରୋଜଗାର କରୁଥିଲେ ସେତକ ରେ ପରିବାର ପ୍ରତିପୋଷଣ କରୁଥିଲେ l ଏହି ପରି ଦୁଃଖଦ ସମୟରେ ସରକାରଙ୍କର ତରଫରୁ ଉଠା ଦୋକାନୀଙ୍କ ପାଇଁ 3000 ଟଙ୍କାର ସହାୟତା ରାଶି ଘୋଷଣା କରଯାଇଛି l କିନ୍ତୁ ଗଞ୍ଜାମ ଜିଲ୍ଲାର ସୋରଡ଼ା ସହରର 120 ଜଣ ଉଠାଦୋକାନୀ ଏହି ସହାୟତା ପାଇଥିବା ବେଳେ ସୋରଡ଼ା ଏନ୍ଏ ସି ଅଧିକାରୀଙ୍କ ଅବହେଳା ଯୋଗୁଁ ଅନ୍ୟାନ୍ୟ ପ୍ରାୟ 26 ଜଣ ଏହି ସହାୟତାରୁ ବଞ୍ଚିତ ରହିଥିବା ସୋରଡ଼ା ବିଜେପି ଅଭିଯୋଗ କରିଛନ୍ତି l ଏହାର ପ୍ରତିବାଦ ରେ ସୋରଡ଼ା ବିଜେପି ବରିଷ୍ଠ ନେତା ଭଗବାନ ପଣ୍ଡା ଏବଂ କିଛି ବିଜେପି କର୍ମକର୍ତ୍ତା ମିଶି ଗଞ୍ଜାମ ଜିଲ୍ଲାପାଳ, ଏସପି, ସୋରଡ଼ା ତହସିଲଦାର, ଆଇଆଇସିଙ୍କୁ ଏକ ଦାବି ପତ୍ର ଦେଇଛନ୍ତି l ସରକାରୀ ସହାୟତାରୁ ବଞ୍ଚିତ ଥିବା ଉଠାଦୋକାନୀ ମାନେ ଯଦି ଆସନ୍ତା 7 ଦିନ ଭିତରେ ଏହି ସହାୟତା ରାଶି ନ ପାଇଲେ, ସେମାନେ ସମସ୍ତେ ନିୟମ ମାନି ଆନ୍ଦୋଳନ କରିବା ପାଇଁ ରାଜରାସ୍ତାକୁ ଅବତରଣ କରିବେ ବୋଲି କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ