କେନ୍ଦ୍ର ବଜେଟ୍ରେ କିନ୍ନରମାନଙ୍କୁ ଅବହେଳାକିନ୍ନରମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରିବାକୁ କେନ୍ଦ୍ର ସରକାରଙ୍କର ଆନ୍ତରିକତା ନାହିଁ 

ଭୁବନେଶ୍ୱର(ଯୁଗାବ୍ଦ ନ୍ୟୁଜ) : ନିକଟରେ କେନ୍ଦ୍ର ସରକାରଙ୍କ ତରପରୁ ଉପସ୍ଥାପତିତ ହୋଇଥିବା ବଜେଟ ସମସ୍ତଙ୍କ ପ୍ରତି ଦୃଷ୍ଟି ଦିଆଯାଇଥିବା ବେଳେ କିନ୍ନରମାନଙ୍କୁ ଅବହେଳା କରାଯାଇଛି । ଏଠାରେ ସୂଚନା ଥାଉକି ସାରା ଦେଶରେ କିନ୍ନରମାନେଅବହେଳିତ, ନିର୍ଯ୍ୟାତିତ ଜୀବନ ଯାପନ କରୁଥିବା ବେଳେ ମାନ୍ୟବର ସୁପ୍ରିମକୋର୍ଟ କିନ୍ନରମାନଙ୍କୁ ତୃତୀୟଲିଙ୍ଗୀର ମାନ୍ୟତାଦେବା, ସେମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଦେବା ପାଇଁ ପ୍ରତ୍ୟେକ ରାଜ୍ୟକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । କିନ୍ତୁ ବଡ଼ ଦୁଃଖରକଥା, ସାରା ଦେଶରେ ଥିବା ପାଖାପାଖି ୧୦ ଲକ୍ଷରୁ ଉଦ୍ଧ୍ୱର୍ କିନ୍ନର ଏବେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂସମାଜରୁ ବାହାରି ଆସି ରେଲ୍ୱେ ଷ୍ଟେସନ, ଫୁଟ୍ପାଥରେ ସେମାନେ ସେମାନଙ୍କରର ଜୀବନ ଜୀବିକା ଅତିବାହିତ କରୁଛନ୍ତି ଏବଂଷ୍ଟେସନରେ ଶୋଉଥିବା ସମୟରେ ସେମାନେ ଉପାର୍ଜନ କରୁଥିବା ଅର୍ଥ େ·ରି ହେଉଥିବା ଅନେକ ସମୟରେ ସେମାନେଅସାମାଜିକ ଲୋକମାନଙ୍କର ମଧ୍ୟ ଶିକାର ହେଉଛନ୍ତି । ସେମାନଙ୍କ ପାଇଁ ସୁବିଧା ସୁଯୋଗ ନଥିବାରୁ ମୁଖ୍ୟସ୍ରୋତରେ ସାମିଲ୍ହୋଇପାରୁ ନାହାଁନ୍ତି । ଏଣୁ ଏହି ଦାବି ଯଥା : ସରକାରୀ ·କିରୀ, ସାମାଜିକ ସୁରକ୍ଷା, ପୋଲିସ୍ର ନିର୍ଯ୍ୟାତନା ବନ୍ଦ କରିବା, ବିନାସୁଧରେ ବ୍ୟାଙ୍କ ଋଣ, ବସ୍ ଓ ଟ୍ରେନ୍ରେେ ପାସ୍ ବ୍ୟବସ୍ଥା, କିନ୍ନରମାନଙ୍କ ପାଇଁ କୌଣସି ସୁବିଧା ନ ଯୋଗାଇ ଟ୍ରେନ୍ ଯାତ୍ରାରୁ ବଞ୍ôଚତନ କରିବା, କିନ୍ନରମାନଙ୍କୁ ଭତ୍ତା ପ୍ରଦାନ, କିନ୍ନର ୱେଲ୍ଫେୟାର ବୋର୍ଡ଼ ଗଠନ କରିବା, ପ୍ରତ୍ୟେକ ରାଜନୀତି କ୍ଷେତ୍ରରେ ରାଜ୍ୟସଭା,ଲୋକସଭା ଓ ବିଧାନସଭାରେ କିନ୍ନରମାନଙ୍କ ପାଇଁ ୫% ସ୍ଥାନ ରଖାଯାଉ, ମ୍ୟୁନିସିପାଲିଟ୍, ଏନ୍.ଏ.ସି. ଓ କର୍ପୋରେସନଗୁଡ଼ିକରେକିନ୍ନରମାନଙ୍କ ପାଇଁ ୫% ସ୍ଥାନ ରଖାଯାଉ, ପଞ୍ଚାୟତ ନିର୍ବାଚନରେ ୱାର୍ଡ଼ମେମ୍ବର, ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦଗୁଡ଼ିକରେକିନ୍ନରମାନଙ୍କ ପାଇଁ ୫% ସ୍ଥାନ ରଖାଯାଉ, କିନ୍ନରମାନେ ଭୁମିହୀନ ହୋଇଥିବାରୁ ସେମାନଙ୍କୁ ମାଗଣାରେ ଜମି ଯୋଗାଇ ଦେବା,କିନ୍ନରମାନଙ୍କୁ ପରିଚୟ ପତ୍ର ଯୋଗାଇ ଦେବା, କିନ୍ନରମାନଙ୍କୁ ବିପିଏଲ୍ କାର୍ଡ଼ ଓ ରେସନ କାର୍ଡ଼ରେ ଅନ୍ତର୍ଭୁକ୍ତ କରିବା, କିନ୍ନରମାନଙ୍କୁହସ୍ପିଟାଲରେ ମାଗଣାରେ ଚିକିତ୍ସା ଯୋଗାଇ ଦେବା, ସେମାନଙ୍କ ପଢିବା ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା, ସେମାନଙ୍କୁଆଧାର କାର୍ଡ଼ ଓ ଭୋଟର ପରିଚୟପତ୍ରରେ ସାମିଲ୍ କରିବା, ନାଲ୍ସା ଜଜମେଣ୍ଟ ତୁରନ୍ତ କାର୍ଯ୍ୟକାରୀ କରିବା, ସମସ୍ତ ସରକାରୀ,ବେସରକାରୀ ବସ୍ ଗୁଡ଼ିକରେ ସିଟ୍ ରିଜର୍ଭ କରିବା, କିନ୍ନରମାନଙ୍କ ପାଇଁ ସ୍ୱତନ୍ତ୍ର ଟଏଲେଟ୍ ନିର୍ମାଣ କରିବା, ଭାରତରେ ଥିବାସମସ୍ତ କିନ୍ନରମାନଙ୍କୁ ସରକାରୀ ·କିରୀରେ ୫% ସ୍ଥାନ ସଂରକ୍ଷଣ କରିବା, କିନ୍ନରମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା, କିନ୍ନର ପେନ୍ସନ ଯୋଜନା ଲାଗୁ କରିବା, ସ୍କିଲ୍ ଡ଼େଭଲପମେଣ୍ଟ ଭଳି ପୂରଣ କରାଗଲେ ସମାଜରୁ କିନ୍ନରମାନଙ୍କସସସ୍ୟା ଦୂର ହୋଇପାରିବ ବୋଲି ଓଡ଼ିଶା କିନ୍ନର ଓ ତୃତୀୟଲିଙ୍ଗୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ, କୋଷାଧ୍ୟକ୍ଷପାର୍ଥସାରଥୀ ଜେନା, ବେଲ କିନ୍ନର, କାଜଲ କିନ୍ନର, ବବି କିନ୍ନର, ରୀନା କିନ୍ନର, ଶ୍ରୀୟା କିନ୍ନର, ରାଧା କିନ୍ନର, ପଦ୍ମିନୀ କିନ୍ନର,ସୀତା କିନ୍ନର ପ୍ରମୁଖ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ