କେନ୍ଦ୍ର ରେଳମନ୍ତ୍ରୀଙ୍କ ବାଲେଶ୍ଵର ରେଳଷ୍ଟେସନରେ ଘୋଷଣା
ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ଵର ରେଳଷ୍ଟେସନରେ ପ୍ରବେଶ ଦ୍ବାର ସାମ୍ନାରେ ଥିବା ଫୁଟ୍ ଅଭରବ୍ରୀଜ ଅବିଳମ୍ବେ ପୁନଃ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଣ, ଷ୍ଟେସନର ନାମ Balasore ପରିବର୍ତ୍ତେ Baleshwar କରିବା ପାଇଁ ଘୋଷଣା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ Advenced Life Support System ଆମ୍ବୁଲାନ୍ସ ହସ୍ତାନ୍ତର କଲେ, ଏମ୍ସରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କଲେ, ଏହାପରେ ଦଳୀୟ କାର୍ଯ୍ୟାଳୟରେ ତିନୋଟି ବୈଠକରେ ଯୋଗଦାନ କରିଛନ୍ତି, ଜିଲ୍ଲା କୋର କମିଟି ବୈଠକ, ୨- ଜିଲ୍ଲା ସାଂଗଠନିକ ବୈଠକ ଓ ୩- ଜିଲ୍ଲା ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ଓ କର୍ମଶାଳା ବୈଠକ, ବୈଠକରେ ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ଯୋଜନା ଓ ରଣନୀତି ପ୍ରସ୍ତୁତ ଓ କାର୍ଯ୍ୟକର୍ତ୍ତାଙ୍କୁ ବିଜୟର ମନ୍ତ୍ର ଦେଇଥିଲେ। ବୈଠକରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ ଦାସ, ପୁର୍ବତ୍ତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ନିଳଗିରି ବିଧାୟକ ସୁକାନ୍ତ ନାୟକ, ବଡ଼ସାହି ବିଧାୟକ ସନାତନ ବିଜୁଳି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଶୋଭନା ମହାନ୍ତି ଓ ପର୍ଶୁରାମ ବେହେରା, ପୁର୍ବତ୍ତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ଓ ରଘୁନାଥ ମହାନ୍ତି, ପୁର୍ବତ୍ତନ ବିଧାୟକ ଜୀବନ ପ୍ରଦୀପ ଦାଶ ଓ ଗୋବିନ୍ଦ ଚନ୍ଦ୍ର ଦାସ, ରାକେଶ ମଲ୍ଲିକ, ଅଂଶୁମାନ ମହାନ୍ତି, ମାନସ କୁମାର ଦତ୍ତ, ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଇଶ୍ବର ଚନ୍ଦ୍ର ବେହେରା ଓ ପ୍ରଦୀପ କୁମାର ପଣ୍ଡା, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ମନୀଷା ଚିନ୍ମୟୀ ବେହେରାଙ୍କ ସମେତ ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି ଓ ପଦାଧିକାରୀ ଅଂଶଗ୍ରହଣ କରିଥିଲେ।