କେନ୍ଦ୍ର ସରକାରଙ୍କ ଜନ ବିରୋଧୀ, ଶ୍ରମିକ ବିରୋଧୀ, କୃଷକ ବିରୋଧୀ ଏବଂ ଜାତୀୟତା ବିରୋଧୀ ଧ୍ବଂସକାରୀ ନୀତି ଗୁଡିକ ବିରୋଧ ରେ ଧର୍ମଘଟ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):କେନ୍ଦ୍ର ସରକାରଙ୍କ ଜନ ବିରୋଧୀ, ଶ୍ରମିକ ବିରୋଧୀ, କୃଷକ ବିରୋଧୀ ଏବଂ ଜାତୀୟତା ବିରୋଧୀ ଧ୍ବଂସକାରୀ ନୀତି ଗୁଡିକୁ ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ଶୁକ୍ରବାର ଦେଶ ବ୍ୟାପୀ ହରତାଳ, ଧର୍ମଘଟ ଓ ଭାରତ ବନ୍ଦ କରାଯାଇଛି। ଏନେଇ ଗଞ୍ଜାମ ଜିଲ୍ଲା ର ସଦରମହକୁମା ଛତ୍ରପୁର ଠାରେ ସଂଯୁକ୍ତ କିଷାନ ମୋର୍ଚ୍ଚା,କେନ୍ଦ୍ରୀୟ ଟ୍ରେଡ଼ୟୁନିୟନ ମାନଙ୍କ ମିଳିତ ମଞ୍ଚ,ସ୍ୱାଧୀନ ଫେଡେରେସନ ସମୂହ,ଏଆଇଟିୟୁସି ,ଆଇଏନଟିୟୁସି, ଏଚ୍ଏମ୍ଏସ୍, ଟିୟୁସିସି, ରୁଷିକୂଲ୍ଯ ରୟତ ମହାସଭା ସମେତ ବିଭିନ୍ନ ଶ୍ରମିକ ଓ ଚାଷୀ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯିବା ସହିତ ଧର୍ମଘଟ ଓ ହରତାଳ କରାଯାଇଥିଲା, ପ୍ରଥମେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ମୋଦି ସରକାରଙ୍କ ବିରୁଦ୍ଧରେ ଶ୍ରମିକ ସଂଗଠନ ର ନେତା ଓ କର୍ମୀ ମାନେ ଗର୍ଜିଥିଲେ, ପରେ ଜାତୀୟ ରାଜପଥ, ଅନ୍ୟାନ୍ୟ ଛକ ରେ ପହଁଚି ହରତାଳ କରିଥିଲେ, ଏଥିରେ ଆଇଏନଟିୟୁସି ନେତା ଭାଗିରଥି ବେହେରା, କାଳିଆ ରାଉଳ, ଟି. କ୍ରିଷ୍ଣା ରେଡ୍ଡୀ,ଏଆଇଟିୟୁସି ନେତା ନୀଳକଣ୍ଠ ଦାଶ,ନାରୀନେତ୍ରୀ ଏନ. ଭାନୁମତି ରେଡ୍ଡୀ, ରାଜୀବ ଲୋଚନ ପଣ୍ଡା, ଏନ. ମୁନା ପାତ୍ର, ଏସ. କ୍ରିଷ୍ଣା ରେଡ୍ଡୀ,ଏନ. ସୁକାନ୍ତ ଆଚାରୀ, ରୁଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ ଙ୍କ ବହୁ ଚାଷୀ ଏବଂ ଶ୍ରମିକ ମାନେ ସାମିଲ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ