କେବେ ଖୋଲିବ କୋଣାର୍କ ବସଷ୍ଟାଣ୍ଡ ଶୌଚାଳୟ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ବିଶ୍ୱ ପର୍ଯ୍ୟଟନ ସ୍ଥଳ କୋଣାର୍କକୁ ଦୈନିକ ଲକ୍ଷ ଲକ୍ଷ ପର୍ଯ୍ୟଟକ ସମେତ ଛାତ୍ରଛାତ୍ରୀ, ମହିଳା ଓ ସାଧାରଣ ଲୋକଙ୍କ ଗମନାଗମନ ଚାଲିଛି । ଏଥି ସହିତ ଭୁବନେଶ୍ୱର, ପୁରୀ, କଟକ, କାକଟପୁର, ଅସ୍ତରଙ୍ଗ, ନିମାପଡା ଓ ଗୋପ ଅଞ୍ଚଳରୁ ସିଧାସଳଖ ଭାବେ ବସ୍ ଯୋଗେ ଯାତ୍ରୀ ମାନେ କୋଣାର୍କ ବସଷ୍ଟାଣ୍ଡ ଉପରେ ନିର୍ଭର କରି ଆସନ୍ତି । ହେଲେ ମହିଳା ଯାତ୍ରୀ ଓ କଲେଜ ଛାତ୍ରୀ ମାନେ ପରିସ୍ରା କରିବା ଓ ଶୌଚ ହେବା ପାଇଁ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଏନେଇ ସ୍ଥାନୀୟ ସାମାଜିକ କର୍ମୀ ଓ ସାମ୍ବାଦିକ ମାନେ କୋଣାର୍କ ଓ ପୁରୀ ପ୍ରଶାସନ କୁ ବହୁତ୍ ବାର ଦୃଷ୍ଟି ଆକର୍ଷଣ କରିବା ପରେ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ କମ୍ୟୁନିଟି ଶୌଚାଳୟ ନିର୍ମାଣ ପାଇଁ ସ୍ଥିରୀକୃତ ହୋଇଥିଲା । ବିଗତ ଦୁଇ ବର୍ଷ ପୂର୍ବେ ୩୧ ଅଗଷ୍ଟ ୨୦୧୯ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସ୍ଥାନୀୟ ବିଧାୟକ ତଥା ମାନ୍ୟବର କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ଵାରା ପ୍ରାୟ ୧୫ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଶିଳାନ୍ୟାସ ଦିଆଯାଇଥିବା କୋଣାର୍କ ବସଷ୍ଟାଣ୍ଡ କମ୍ୟୁନିଟି ଶୌଚାଳୟ ନିର୍ମାଣ କରିବାକୁ ଅସାଧୁ ମେଣ୍ଟ ପେଟି ଠିକାଦାର, ଯନ୍ତ୍ରୀ ଓ ପ୍ରଶାସନଙ୍କ ଦ୍ବାରା ୨ ବର୍ଷ ଲାଗିଗଲା। ବହୁ କଷ୍ଟରେ ନିମ୍ନ ମାନର କାର୍ଯ୍ୟ ସହ ଦୀର୍ଘ ୩ ମାସ ହେବ ନିର୍ମାଣ କାର୍ଯ୍ୟ ସରିଲାଣି। ୩୧.୮.୨୦୨୧ ରେ ମାନ୍ୟବର ମନ୍ତ୍ରୀଙ୍କ କର କମଳରେ ଶୁଭ ଉଦ୍ଘାଟନ ହୋଇଯାଇଥିବା ଫଳକ ବି ମରି ସାରିଛି । ହେଲେ ସର୍ବସାଧାରଣ ଲୋକ, ଯାତ୍ରୀ କି ପର୍ଯ୍ୟଟକଙ୍କ ପାଇଁ ଖୋଲି ପାରିଲା ନାହିଁ । ଏନେଇ ଗତ କୋଣାର୍କ ଉତ୍ସବ ବୈଠକରେ ସାମ୍ବାଦିକ ଜ୍ଞାନ ବିଶ୍ଵାଳ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଦୃଷ୍ଟି ଆକର୍ଷଣ କରି କୋଣାର୍କ ଉତ୍ସବ ଆରମ୍ଭ ଦିନ ଖୋଲିବାକୁ କୋଣାର୍କ ଏନଏସି ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ । କିନ୍ତୁ ନୂତନ ଅଧିକାରିଣୀ ମହୋଦୟା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର କରିବା ସହିତ ଅଜି ପର୍ୟ୍ୟନ୍ତ ସର୍ବସାଧାରଣ ଙ୍କ ବ୍ୟବହାର ନିମନ୍ତେ ଶୌଚାଳୟ ଖୋଲିବା ବ୍ୟବସ୍ତା କଲେ ନାହିଁ । ଯାହା ଫଳରେ କୋଣାର୍କକୁ ଆସୁଥିବା ଦୈନିକ ଯାତ୍ରୀ, ଛାତ୍ରଛାତ୍ରୀ, ମହିଳା, ପର୍ଯ୍ୟଟକ ମାନେ ଶୌଚ ହେବା ପାଇଁ ହଇରାଣ ହରକତ ହେଉଛନ୍ତି । ଏଥିପ୍ରତି ପ୍ରଶାସନ କେବେ ପଦକ୍ଷେପ ନେବ ଦେଖିବାକୁ ବାକି ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ