କେରଳରୁ ଗଜପତି ପହଞ୍ଚିଲେ ୩୮ ଓଡିଆ ପ୍ରବାସୀ

ପାରଳାଖେମୁଣ୍ଡି,(ତାରିଣାୀ ପ୍ରସାଦ ପଣ୍ଡା): ୩୮ ଜଣ ଓଡିଆ ପ୍ରବାସୀ ସୁଦୁର କେରଳରୁ ଗଜପତି ଜିଲ୍ଲାକୁ ଆଜି ଫେରି ଆସିଛନ୍ତି । ଏମାନେ ଟ୍ରେନ ଯୋଗେ ବ୍ରହ୍ମପୁର ନିକଟସ୍ଥ ଜଗନ୍ନାଥପୁର ରେଳ ଷ୍ଟେସନରେ ପହଞ୍ଚି ଥିଲେ । ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଜଗନ୍ନାଥପୁର ରେଳ ଷ୍ଟେସନରେ ଉପସ୍ଥିତ ରହି କେରଳରୁ ଫେରି ଆସିଥିବା ଏହି ଗଜପତିର ଓଡିଆ ପ୍ରବାସୀଙ୍କୁ ସ୍ୱାଗତ ଜଣାଇଥିଲେ । ପରେ ୨ଗୋଟି ସ୍ୱତନ୍ତ୍ର ବସ୍‌ରେ ୩୮ଜଣଙ୍କୁ ଗଜପତି ଜିଲ୍ଲାର ଲୁହାଗୁଡି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜନ କରାଯାଇଥିବା ଏକାନ୍ତ ବାସଗୃହକୁ ଅଣାଯାଇଥିଲା । ଗଜପତି ଜିଲ୍ଲାର ମୋହନା ବ୍ଲକରୁ ୩୭ଜଣ ଓ ନୁଆଗଡ ବ୍ଲକରୁ ଜଣେ ମୋଟ ୩୮ଜଣ କେରଳରୁ ଲୁହାଗୁଡି ପହଞ୍ଚି ଥିବା ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପ୍ରକାଶ କରି କହିଛନ୍ତି,ସରକାରୀ ନିୟମ ଅନୁଯାୟୀ୧୪ଦିନ ପର୍ଯନ୍ତ ଏହି ଏକାନ୍ତ ବାସଗୃହରେ ରହିବେ । ଏଠାରେ ସମସ୍ତଙ୍କ ପାଇଁ ଖାଦ୍ୟପେୟ ସହ ରହିବା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଲୁହାଗୁଡି ଠାରେ ଗଜପତି ଏସପି ସାରା ଶର୍ମା, ଆଇଟିଡିଏ ପିଏ ସୋରଜ କୁମାର ବେହେରା,ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ,ମୋହନା ବିଡିଓ ବଂଶୀଧର ଖୋସଲା,ଆର.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି,ମୋହନା ଆଇଆଇସି ସୁଜିତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ