କେରଳରେ ଫସିଛନ୍ତି ପଢ଼ିଆରିପଲ୍ଲୀର ୪୦ରୁ ଉର୍ଦ୍ଧ ଶ୍ରମିକ

ହାଟଡ଼ିହି,(ସୋମ୍ୟରଞ୍ଜନ ଆଚାର୍ଯ୍ୟ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମର ୪୦ରୁ ଉର୍ଦ୍ଧ ଶ୍ରମିକ କେରଳକୁ କାମ କରିବାକୁ ଯାଇଥିବାବେଳେ ଏବେ ସେମାନେ ସେଠାରେ ଭୋକ ଉପାସରେ ଦିନ କାଟୁଥିବା ଜଣାଇଛନ୍ତି । ସେମାନଙ୍କ କହିବାନୁଯାଇ କେରଳର ଏଡକୁଇ ଜିଲ୍ଲାର ଏଡାକୋଲାନ ମୋଟମ ଏରିଆରେ ରହି କାମ କରୁଥିଲେ । ସମଗ୍ର ଦେଶରେ ଲଗଡାଉନ ଘୋଷଣା ହେବା ଦିନଠାରୁ କମ୍ପାନୀ କାମ ବନ୍ଦ କରିଦେଇ ଆଉ ଧରାଛୁଆଁ ଦେଉନି । ଶ୍ରମିକ ମାନଙ୍କ ପାଖରେ ଯାହା ଥିଲା ତାହା ଖର୍ଚ୍ଚକରି ୫ଦିନ ହେଲା ମାଲିକକୁ ଫୋନ କରୁଥିଲେବି ମାଲିକ ଫୋନ ସୁଇଜଅଫ କରିଦେଇ ଆଉ ଶ୍ରମିକ ମାନଙ୍କ ପାଖକୁ ଆସୁନି । ଫଳରେ ଏହି ଶ୍ରମିକମାନେ ଏବେ ଦିନକୁ ଦୁଇଓଳି ଖାଇବାକୁ ନପାଇ ନାନା ଅସୁବିଧାରେ ପଡିରହିଛନ୍ତି । ଓଡିଶା ସରକାର ସଂପୃକ୍ତ ରାଜ୍ୟମାନଙ୍କୁ ପ୍ରବାସୀ ଓଡିଆଙ୍କୁ ସହାୟତାର ହାତ ବଢ଼ାଇବା ଲାଗି ନିବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କ ପାଖରେ କେହିବି ପହଞ୍ଚିପାରି ନାହାନ୍ତି । ଫଳରେ ସେମାନେ ନାନା ମାନସିକ ଦୁଶ୍ଚିନ୍ତାରେ ପଡି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ