କେ.ଇ.ଆଇ ଇଣ୍ଡଷ୍ଟ୍ରିଜ୍ ର ରିଟେଲ୍ ସମ୍ମିଳନୀ
ବ୍ରହ୍ମପୁର, (ଅନିଲ କୁମାର):ଭାରତର ଅଗ୍ରଣୀ ବୈଦୁତିକ ତାର ନିର୍ମାତା କେ.ଇ.ଆଇ ଇଣ୍ଡଷ୍ଟ୍ରିଜ୍ ର ଏକ ରିଟେଲ୍ ସମ୍ମିଳନୀ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ସ୍ଥିତ ହୋଟେଲ ଜ୍ୟୋତି ରେସିଣ୍ଡେନ୍ସିଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଓଡ଼ିଶା ରିଟେଲ୍ ହେଡ୍ ତଥା ଡିଜିଏମ୍ ନିହାର ରଞ୍ଜନ ଧଳ, ଦକ୍ଷିଣ ଓଡ଼ିଶା ବିକ୍ରୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମହାନ୍ତି, ଗଞ୍ଜାମ ଜିଲ୍ଲାର ଅଧିକୃତ ଡିଷ୍ଟ୍ରିବ୍ୟୁଟର୍ ସାଇରାମ ଇଣ୍ଟରପ୍ରାଇଜର୍ସ ରେ ଏନ୍.ରାଘବ,ଏନ୍.ଜିତେଶ୍ୱର ଓ ଏନ୍.ରାଜେନ୍ଦ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।ଭାରତରେ କେ.ଇ.ଆଇ କମ୍ପାନୀ ଏକ ଅଗ୍ରଣୀ ତାର ନିର୍ମାତା ଭାବେ ପ୍ରତିଷ୍ଠିତ ହୋଇପାରିଛି ଏବଂ ଏହା ୧୯୬୮ମସିହା ଠାରୁ ନିଜର ଗୁଣାବତ୍ତା ବଳରେ ଗ୍ରାହକ ଟେକ୍ନିସିଆନ୍ ଓ ରିଟେଲର୍ ମାନଙ୍କ ଆସ୍ଥାଭାଜନ ହୋଇପାରିଛି ବୋଲି ଡିଜିଏମ୍ ଶ୍ରୀ ଧଳ ପ୍ରକାଶ କରିଥିଲେ ।୯୯.୯୭ ଶୁଦ୍ଧ ତମ୍ବା ସହିତ ବହୁ ଗୁଣାତ୍ମକ ମାନ ତଥା ଅଗ୍ନି ବିରୋଧୀ,ଆଣ୍ଟି ରୋଡେଣ୍ଟ୍,ଆଣ୍ଟି ଟେର୍ମାଇଟ୍ ,ଲିଡ୍ ଫ୍ରି, ଉଚ୍ଚ ଅମ୍ଳଜାନ ସୁଚକାଙ୍କ ଗୁଣ ସହିତ ବହୁ ବର୍ଷ ହେଲା ବଜାରରେ ଉପଲବ୍ଧ ବୋଲି ସେ ପ୍ରକାଶ କରିଥିଲେ ।ଏହି ଗୁଣାବତ୍ତା ଯୋଗୁଁ କମ୍ପାନୀ ବୈଦ୍ୟୁତିକ ତାର ନିର୍ମାଣ କ୍ଷେତ୍ରରେ ଲଗାତାର ୮ ବର୍ଷ ଧରି ସୁପର ବ୍ରାଣ୍ଡ୍ ଆଖ୍ୟା ପ୍ରାପ୍ତ ହୋଇଆସୁଛି ବୋଲି ଦକ୍ଷିଣ ଓଡ଼ିଶା ସେଲ୍ସ ମୁଖ୍ୟ ଅଶ୍ୱିନୀ କୁମାର ମହାନ୍ତି ପ୍ରକାଶ କରିଥିଲେ ।କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୭୦ରୁ ଅଧିକ ରିଟେଲ୍ ବିକ୍ରେତା ଯୋଗ ଦେଇଥିଲେ ।