କୈଳାସଙ୍କ ଏନ.ଏସ .ଏ କଟିଲା
ବ୍ରହ୍ମପୁର , (ଓ୍ବାଇଏନ୍ଏସ୍): ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ସୀତା ଡିମ୍ବିରା ସାହିର କୈଳାଶ ଘଡେଇଙ୍କୁ ଏନ. ଏସ.ଏ ରୁ ମୁକ୍ତ କରାଯାଇଛି | ଏକ ଗଣ୍ଡଗୋଳ ମାମଲାରେ ବଡ ବଜାର ଥାନା ପୁଲିସ ଗତ କିଛି ଦିନତଳେ କୈଳାଶ ଘଡେଇଙ୍କୁ ଗିରଫ କରି କୋର୍ଟ ଚାଳନ କରିଥିଲା, ସେବେ ଠାରୁ ସେ ବ୍ରହ୍ମପୁର ଜେଲରେ ବିଚରାଧୀନ ଅପରାଧୀ ଭାବେ ରହି ଥିଲେ , ତାଙ୍କୁ ପୁଲିସ ଗିରଫ କରିବା ପରେ ଜାତୀୟ ନିରାପତା ଆଇନ ତାଙ୍କ ବିରୋଧରେ ଲାଗୁ କରିବା ପାଇଁ ପୁଲିସ ଅନୁରୋଧ କରିଥିଲେ. ଏହାସହ କୈଳାଶଙ୍କ ବିରୋଧ ରେ ଏନ.ଏସ.ଏ ଲାଗୁ ହୋଇଥିଲା. କୈଳାସ ଙ୍କ ଓକିଲ ପୀତବାସ ପଣ୍ଡା ତାଙ୍କ ବେଲ ଆବେଦନ ବେଳେ ଏପରି ଆଇନ ଲାଗୁହେବା ଯୁକ୍ତି ନୁହ ବୋଲି ନିଜର ମତ ରଖିବା ସହ ଅପରାଧିକ ଘଟଣା ନେଇ ବିଚାର କରିବା ପାଇଁ ମାନ୍ୟବର ବୋର୍ଡ ନିକଟରେ ଯୁକ୍ତି ରଖିଥିଲେ. ବୋର୍ଡ ଏହାକୁ ବିଚାର କରି ଏ ନ. ଏ ସ. ଏ.ହଟାଇବା ପାଇଁ ନିର୍ଦେଶ ଦେଇ ଥିଲେ. ପରେ ତାଙ୍କ ଓକିଲଙ୍କ ଆବେଦନକୁ ମାନ୍ୟବର ବିଚାରପତି ବିଚାର କରି ଜାମିନ ପ୍ରଦାନ କରିଥିଲେ. ଫଳରେ ସେ ଜାମିନ ପାଇ ମଙ୍ଗଳବାର ସନ୍ଧ୍ୟାରେ ଜେଲ ରୁ ମୁକୁଳିଥିଲେ.