କୋଟଗଡ଼ ମେଡ଼ିକାଲ୍ ୩ ଦିନ ପାଇଁ ସଟ୍ଡ଼ାଉନ୍
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ବ୍ଲକ ସରକାରୀ ମେଡ଼ିକାଲ ଆଗାମି ତିନି ଦିନ ପାଇଁ ସଟ୍ଡ଼ାଉନ୍ ହୋଇଛି। ମେଡ଼ିକାଲ ଅଧିକାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ନମୁନା ପଜିଟିଭ ଆସିଥିଲା। ଯାହା ଫଳରେ ତାଙ୍କୁ ହୋମ କ୍ୱାରେନଟାଇନରେ ରଖାଯାଇଛି। ଅନ୍ୟ କୈାଣସି ଡ଼ାକ୍ତର ଏହି ମେଡ଼ିକାଲରେ ନାହାନ୍ତି। ଯାହା ଫଳରେ କୋଟଗଡ଼ ମେଡ଼ିକାଲକୁ ତିନି ଦିନପାଇଁ ସଟଡ଼ାଉନ ଘୋଷଣା କରିଛନ୍ତି ମେଡ଼ିକାଲ ଅଧିକାରୀ। ଏହା ସହିତ କିଛି କର୍ମଚାରୀଙ୍କର ମଧ୍ୟ କରୋନା ପଜିଟିଭ ଆସିଥିବା ଜଣାପଡ଼ିଛି। ସୁଚନା ପ୍ରକାରେ ଉକ୍ତ ମେଡିକାଲରେ ଜଣେ ମେଡ଼ିକାଲ ଅଧିକାରୀ ଥିବା ବେଳେ ନିଜେ ହିଁ ରୋଗିଙ୍କ ସେବାରେ ଲାଗି ରହିଛନ୍ତି। କରୋନା ଆରମ୍ଭ ହେବାଠାରୁ ଅର୍ଥାତ ମାର୍ଚ୍ଚ ମାସ ଠାରୁ ବିନା ଛୁଟିରେ ଲଗାତାର କାର୍ଯ୍ୟକରି ଚାଲିଛନ୍ତି। ମେଡ଼ିକାଲକୁ ସମ୍ପୁର୍ଣ୍ଣ ସାନିଟାଇଜ କରାଯିବା ସହିତ ଡ଼ାକ୍ତରୀ ସେବାକୁ ସମ୍ପୁର୍ଣ୍ଣ ବନ୍ଦ କରାଯାଇଛି। ଅଧିକ ସ୍ରଂକମଣ ରୋକିବାକୁ ଏପରି ପଦକ୍ଷପ ନିଆଯାଇଥିବା ବିଭାଗିୟ କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଛି।