କୋଣାର୍କରେ ପୁରୀ ଜିଲ୍ଲା ୱେବ୍‌ ମିଡିଆ ସଂଘ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ ସମାରୋହ

କୋଣାର୍କ, (ଗଣେଶ ବେହେରା): କୋଣାର୍କ ସ୍ଥିତ ଯାତ୍ରୀ ନିବାସ ବାଙ୍କୁଏତ ହଲ ସମ୍ମିଳନୀ କକ୍ଷ ଠାରେ ପୁରୀଜିଲ୍ଲା ଓ୍ବାବ ମିଡିଆ ସଂଘ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ – ୨୦୨୧ ଅନୁଷ୍ଠିତ ହୋଇଯାଇଛି ।ପୁରୀ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଅକ୍ଷୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସ, ରେଡିଓ ନମସ୍କାର ଅଧ୍ୟକ୍ଷ ଏନ ଏ ଶାହ ଅନସାରୀ, କୋଣାର୍କ ମେଡିକାଲ ଆଯୁଷ ଡାକ୍ତର ବିଧୁଭୁଷଣ ନାୟକ, ରାଜ୍ୟ ଓ୍ବାବ ମିଡିଆ ସଂଘ ସମ୍ପାଦିକା ବିଦ୍ୟୁତ ଲତା ମହାନ୍ତି ଓ ପୁରୀଜିଲ୍ଲା ଓ୍ବାବ ମିଡିଆ ସଂଘ ସଭାପତି ପ୍ରଦୀପ୍ତ ଚାନ୍ଦ ପ୍ରମୁଖ ଯୋଗଦେଇ ରାଜ୍ୟ ରେ ନୂତନ ସଂସ୍କାର, ଦୁର୍ନୀତି, ସାଧାରଣ ଜନତା ଙ୍କୁ ନ୍ୟାୟ ପ୍ରଦାନ, ଅସହାୟ ବ୍ଯକ୍ତି ମାନଙ୍କ ହିତ ପାଇଁ ଓ୍ବାବ ମିଡିଆ ସବୁବେଳେ ସତ୍ଯ ଭିତିକ ଖବର ପରିବେଷଣ ଉପରେ ଗୁରୁତ୍ଵାରୋପ କରିଆସୁଛି। ରାଜ୍ୟ ସରକାର ଏହି ସାମାଜିକ ଗଣମାଧ୍ୟମକୁ ମାନ୍ୟତା ପ୍ରଦାନ, କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ଓ ସମ୍ମାନ ରକ୍ଷା ଦିଗରେ ରାଜ୍ୟ ଓ୍ବାବ ମିଡିଆ ସଂଘ ସମ୍ପାଦିକା ବିଦ୍ୟୁତ ଲତା ମହାନ୍ତି ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରୀଜିଲ୍ଲାର ସମସ୍ତ କାର୍ଯ୍ୟରତ ଓ୍ବାବ ମିଡିଆ ପ୍ରତିନିଧି ସମେତ ଅନ୍ୟ ଜିଲ୍ଲାର ପ୍ରତିନିଧି ମାନେ ଯୋଗଦାନ କରି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ କୋଣାର୍କର ସାମ୍ବାଦିକ ଜ୍ୟୋତିରାଜ ମହାନ୍ତି, ଭାଗୀରଥୀ ସ୍ୱାଇଁ, ବିଶ୍ବଜିତ ରାଉତରାୟ, ଅବନୀ ଭୂଷଣ ବାରିକ, ସତ୍ଯଖବର ସଂପାଦକ ଅକ୍ଷୟ କୁମାର ନାୟକ ଙ୍କ ସମେତ ୫୦ରୁ କରୋନା ଯୋଦ୍ଧା ମାନଙ୍କୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ