ସମାଜସେବୀ ରମେଶ ବିଶ୍ବାଳଙ୍କୁ ଡକ୍ଟରେଟ ଉପାଧି

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୁରୁଜଙ୍ଗ ଗ୍ରାମପଞ୍ଚାୟତର ଖନ୍ଦୋଳ ଗ୍ରାମର ବରିଷ୍ଠ ସମାଜସେବୀ ରମେଶ ଚନ୍ଦ୍ର ବିଶ୍ବାଳଙ୍କୁ ନୂଆଦିଲ୍ଲୀ ସ୍ଥିତ ମାନବାଧିକାର ଆୟୋଗ ପକ୍ଷରୁ ମାନବାଧିକାର ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି। ଓଡିଶାରେ ଦଳିତ ଓ ନିଷ୍ପେସିତ ଜନସାଧାରଣଙ୍କ ପ୍ରତି କର୍ତ୍ତବ୍ୟ ନିଷ୍ଠା, କେନ୍ଦୁଝର ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଜନସାଧାରଣ ଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ମାନବାଧିକାର ଉଲ୍ଲଂଘନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି। ନୂଆଦିଲ୍ଲୀ ସ୍ଥିତ ଭାରତ ଆନ୍ତର୍ଜାତୀୟ କେନ୍ଦ୍ର ଠାରେ ଡକ୍ଟର ଅଭିନ୍ନ ହୋତା ଙ୍କ ସମେତ ମାନବାଧିକାର ଆୟୋଗର ଉଚ୍ଚ ପଦସ୍ଥ ଅଧିକାରୀ ମାନେ ବରିଷ୍ଠ ସମାଜସେବୀ ରମେଶ ବିଶ୍ବାଳଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ ସମୟରେ ଉପସ୍ଥିତ ଥିଲେ। କୋଣାର୍କ ଥାନା ଅଧୀନସ୍ଥ ଖନ୍ଦୋଳ ଗ୍ରାମର ସ୍ବର୍ଗତ ନରସିଂହ ବିଶ୍ବାଳଙ୍କ କନିଷ୍ଠ ପୁତ୍ର ରମେଶ ଚନ୍ଦ୍ର ବିଶ୍ବାଳ ସମ୍ପ୍ରତି ବିପିଏଲ ଘରୋଇ ସଂସ୍ଥାରେ ମାନବ ସମ୍ବଳ ବିଭାଗ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ଏହି ସମ୍ମାନଜନକ ପୁରସ୍କାର ପାଇଁ ସାଇସେନା ସେବାସଂଗଠନ, କୋଣାର୍କ ସାମ୍ବାଦିକ ସଂଘ ସମେତ କୋଣାର୍କ ଅଂଚଳର ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଡକ୍ଟର ଉପାଧି ପ୍ରାପ୍ତ ରମେଶ ବିଶ୍ବାଳଙ୍କୁ ଭବ୍ଯ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ