କୋଣାର୍କ ପୋଲିସ ପ୍ରଶାସନ ପକ୍ଷରୁ ମାକ୍ସ ଚେକିଂ କଡା କଡି

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଗତ କାଲି ଠାରୁ ରାଜ୍ୟ ଗୃହବିଭାଗ ଦ୍ବାରା ନିର୍ଦ୍ଦେଶନାମାକୁ ପୋଲିସ ପକ୍ଷରୁ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କରେ କଡାକଡି ଭାବେ ପାଳନ କରାଯାଇଛି। ଖବରରୁ ପ୍ରକାଶ ଯେ ଗୃହବିଭାଗ ଚିଠିନଂ-୨୫୨,ତା ୬.୦୪.୨୧ ଅନୁଯାୟୀ ଜାରି ନିର୍ଦ୍ଦେଶନାମା ଅନୁଯାୟୀ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ଙ୍କ ନେତୃତ୍ଵରେ ଥାନାଛକ ଠାରେ ମାସ୍କ ଯାଂଚ କରାଯିବା ସହ ଜନସାଧାରଣ ଙ୍କୁ କରୋନା ନିୟମ କୁ କଡାକଡି ଭାବେ ପାଳନ କରିବା ସହ ସାମାଜିକ ଦୂରତା ରକ୍ଷା ଓ ସାନିଟାଇଜର ବ୍ୟବହାର ଉପରେ ସଚେତନତା ସୃଷ୍ଟି କରିଥିଲେ। ଗୃହବିଭାଗ ଦ୍ବାରା ଜାରି ନିର୍ଦ୍ଦେଶନାମା ଅନୁଯାୟୀ ବିନା ମାସ୍କଧାରୀ ୩୦ଜଣ ଙ୍କ ଠାରୁ ଜୋରିମାନା ବାବଦକୁ ୬ହଜାର ଟଙ୍କା ଆଦାୟ କରାଯାଇଛି। ଆଗାମୀ ଦିନରେ ଗୃହବିଭାଗ ଦ୍ବାରା ଜାରି ନିର୍ଦ୍ଦେଶନାମା ଅନୁଯାୟୀ କରୋନା କଟକଣା କୁ କୋଣାର୍କ ରେ କଡାକଡି ଭାବେ ପାଳନ କରାଯିବା ସହ ଆଗାମୀ ଦିନରେ ମାସ୍କ ଯାଂଚ ବ୍ଯବସ୍ଥା କୁ ତ୍ୱରାନ୍ୱିତ କରାଯିବ ବୋଲି କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ