କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କରୋନା ମୁକାବିଲା ପ୍ରସ୍ତୁତି ଜୋରଦାର
କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କରୋନା ମହାମାରୀ କୋଭିଡ ୧୯ ର ମୁକାବିଲା କରିବା ନିମନ୍ତେ ବ୍ୟାପକ ପ୍ରସ୍ତୁତି କରାଯିବା ସହ ଲକ ଡାଉନ ନିର୍ଦ୍ଦେଶନାମା କୁ ପାଳନ କରିଵା ସହ ସାମାଜିକ ଦୂରତା ରକ୍ଷା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଶାସନ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଛି। ଖଵରରୁ ପ୍ରକାଶ ଯେ କରୋନା ମହାମାରୀ କୋଭିଡ ୧୯ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞାପିତ ଅଞ୍ଚଳ ସ୍ତରରେ ଆଇସୋଲେସନ ସେଣ୍ଟର ଖୋଲାଯିବା ସହ ବିଜ୍ଞାପିତ ଅଞ୍ଚଳ ର ପ୍ରତ୍ୟକ ୱାର୍ଡ ରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଉଛି। ଏହି ପରିପ୍ରେକ୍ଷୀରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୧୦୨ ଶଯ୍ୟା ବିଶିଷ୍ଟ ଆଇସୋଲେସନ ବେଡ କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କରାଯାଇଛି। ଏହି କେନ୍ଦ୍ର କୁ ନିୟମିତ ସାନିଟାଇଜ କରାଯିବା ସହ ଏହାର ଦାଇତ୍ୱ ରେ ଥିବା ନୋଡ଼ାଲ ଆଫିସର ଭାଗୀରଥୀ ବରାଳ ଙ୍କୁ ମୁତୟନ କରାଯାଇଛି। ଏହି କେନ୍ଦ୍ରରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା ,୨୪ ଘଣ୍ଟା ବିଦ୍ୟୁତ ବ୍ୟବସ୍ଥା ପାଇଁ ଇନଭୋଟର,ପରିମଳ ବ୍ୟବସ୍ଥା ପାଇଁ ଶୌଚାଳୟ, ପ୍ରତ୍ୟେକ ବେଡ ନିକଟରେ ସାଵୁନ,ଵାଲଟି ମଗ ସହସାନିଟାଇଜର ରଖାଯାଇଛି। ଏହି ପରିପ୍ରେକ୍ଷୀରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୨୩୮ ଜଣ ଙ୍କ ନାମ ପଞ୍ଜୀକରଣ କରାଯାଇଛି। ଏବେ ସୁଦ୍ଧା ୩ ଜଣ ପ୍ରବାସୀ ବାହାରୁ ଆସିଥିବା ବେଳେ ତାଙ୍କୁ କ୍ୱାରାନଟାଇନ କେନ୍ଦ୍ର ରେ ରଖା ଯିବ ସହ ତାଙ୍କର ନିତ୍ୟ ବ୍ୟବହାର୍ଯ୍ୟ ସମାଗ୍ରୀ ଯୋଗାଇ ଦେବା ସହ ସରକାରଙ୍କ ଖାଦ୍ୟ ମେନୁ ଅନୁଯାଇ ନିୟମିତ ରନ୍ଧା ଖାଦ୍ୟ ଯୋଗାଇ ଦିଆ ଯାଇଛି ବୋଲି ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି ।ଏହି ଅବସରରେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଜନସାଧାରଣ ଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରାଯିଵା ସହ ମାକ୍ସ ବ୍ୟବହାର ଓ ସାନିଟାରୀଯ ସ୍ପ୍ରେ କରିବା ସହ କୋଣାର୍କ ବଜାର ରେ ଥିବା ଡ୍ରେନ୍ କୁ ସଫେଇ କରାଯାଉଛି। ଏବଂ କୋଣାର୍କ ୧୩ ଟି ୱାର୍ଡ଼ ରେ ଥିବା ସମସ୍ତ ପୋଖରି କୁ ଆଗକୁ ସଫେଇ କରାଯିବ ବୋଲି ନିର୍ବାହୀ ଅଧିକାରୀ ଏମ୍ ଶ୍ରି ନିବାସ ସୂଚନା ଦେଇଛନ୍ତି ।