କୋଣାର୍କ ମନ୍ଦିର ପରିସରରେ କେବଳ ଏଏସଆଇ ସ୍ଵୀକୃତି ପ୍ରାପ୍ତ ଫଟୋଗ୍ରାଫର୍ ହିଁ ଫଟୋ ଉଠାଇ ପାରିବେ

କଟକ, (ଯୁଗାବ୍ଦ ନ୍ୟୁଜ):କୋଣାର୍କ ମନ୍ଦିର ପରିସରରେ କେବଳ ଏଏସଆଇ ସ୍ଵୀକୃତି ପ୍ରାପ୍ତ ଫଟୋଗ୍ରାଫର୍ ହିଁ ଫଟୋ ଉଠାଇ ପାରିବେ ଏନେଇ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ୧୫୪ ଜଣ ଫଟୋଗ୍ରାଫର୍ ଏନେଇ ଏକ ମାମଲା କୋର୍ଟରେ ଦାଖଲ କରିଥିଲେ। ସେମାନେ ୨୦୧୭ ଏଏସଆଇ ପଲିସିକୁ ଏହି ଫଟୋଗ୍ରାଫର୍‌ମାନେ ବିରୋଧ କରିଥିଲେ । କେବଳ ଲାଇସେନ୍ସ ପ୍ରାପ୍ତ ଫଟୋଗ୍ରାଫର୍‌ ହିଁ ସୂର୍ଯ୍ୟ ମନ୍ଦିରରେ ଉଠାଇ ପାରିବେ ଫଟୋ । ଜଣିକିଆ ଖଣ୍ଡପୀଠଙ୍କ ରାୟକୁ ହାଇକୋର୍ଟ କାଏମ୍ ରଖିଛନ୍ତି। ପ୍ରତ୍ନତତ୍ତ୍ୱ ବିଭାଗରୁ ଲାଇସେନ୍ସ ପାଇଥିବା ଫଟୋଗ୍ରାଫର୍‌ଙ୍କୁ ଫଟୋ ଉଠାଇବାକୁ ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ବିନା ଲାଇସେନ୍ସରେ ଫଟୋ ଉଠାଉଥିବା ୧୫୪ ଜଣଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିବା ସହ ୨୦୧୭ ମସିହା ନିୟମ ଅନୁଯାୟୀ ଲାଇସେନ୍ସପ୍ରାପ୍ତ ଫଟୋଗ୍ରାଫର୍‌ଙ୍କୁ କେବଳ ଅନୁମତି ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ