କୋଣାର୍କ ରେ ଶାରଦୀୟ ଦୁର୍ଗାପୂଜା ପାଇଁ ଚୁଡାନ୍ତ ପ୍ରସ୍ତୁତି ବୈଠକ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ସ୍ଥିତ ଶ୍ରୀ ଶ୍ରୀ ନରହିଂହ ଦେବ ଦୁର୍ଗା ପୂଜା କମିଟି ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ପାଇଁ ଚୁଡାନ୍ତ ପ୍ରସ୍ତୁତି ବୈଠକ କୋଣାର୍କ ଯାତ୍ରିନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ସୁବାଷ ଚନ୍ଦ୍ର ବେଉରା ବରିଷ୍ଟ ଉପଦେଷ୍ଟା ଗୋପାଳ ଚନ୍ଦ୍ର ବେହେରା ଙ୍କଅଧ୍ୟକ୍ଷତା ରେ କୋଣାର୍କ ଆରକ୍ଷୀ ନିରୀକ୍ଷକ ରଞ୍ଜନ କୁମାର ମଲ୍ଲିକ ଅଗ୍ନିଶମ ବିଭାଗର ପ୍ରମୋଦ କୁମାର ମଲ୍ଲିକ ସମାଜସେବୀ ରାମକୃଷ୍ଣ ମହାନ୍ତି, ସମ୍ପାଦକ ସୁବୋଧ ଖଟୁଆ, କୋଷାଧ୍ୟକ୍ଷ ନଟବର ମହାରଣା , ଉପଦେଷ୍ଟା ବିରବର ସାହୁ ସମେତ ପୂଜା କମିଟି ର ସମସ୍ତ ସଦସ୍ୟ ଓ କୋଣାର୍କ ର ସମସ୍ତ ଗଣମାଧ୍ୟମ ର ପ୍ରତିନିଧି ଯୋଗ ଦେଇଥିବା ଦେଖିବାକୁ ମିଳିଛି। ଉକ୍ତ ବୈଠକରେ ଚଳିତ ବର୍ଷ କୋଣାର୍କରେ ଅନୁଷ୍ଠିତ ହେଉଥିବା ଶାରଦୀୟ ଦୁର୍ଗାପୂଜା ସମୟରେ କିପରି ଶ୍ରଦ୍ଧାଳୁ ଭକ୍ତମାନେ ଆସି ମା ଙ୍କୁ ଅତି ସୁନ୍ଦର ଭାବରେ ଦର୍ଶନ କରିବା ପାଇଁ ଟ୍ରାଫିକ ବ୍ୟବସ୍ଥା କୁ କଡାକଡି କରାଯିବା ସହିତ ଚଳିତ ବର୍ଷ ବିଶେଷ ଭାବରେ ଆଧୁନିକ ନୃତ୍ୟ ଗୀତ କୁ ବନ୍ଦ କରାଯାଇ ଭଜନ ଓ ଲୋକନୃତ୍ୟ ଭାବରେ ଘୋଡା ନାଚ ପରିବେଷଣ କରାଯିବା ପାଇଁ ପୂଜା କମିଟି ତରଫରୁ ନିଷ୍ପତ୍ତି ନିଆ ଯାଇଛି । ବିଶେଷ କରି ଚଳିତ ବର୍ଷ କୋଣାର୍କ ପୋଲିସ୍ ପ୍ରଶାସନ ପକ୍ଷରୁ ସି ସି ଟିଭି ଲଗାଯାଇ କୋଣାର୍କ ରେ କିପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପାଇଁ ସଜାଗ ରହିବେ ବୋଲି ପୋଲିସ୍ ପ୍ରଶାସନ ପକ୍ଷରୁ କୁହାଯାଇଛି। ଆସନ୍ତା ଶନିବାର ଦିନ ମା ଙ୍କ ର ପାଣି ତୋଳା , ରବିବାର ଚକ୍ଷୁ ଦାନ, ସୋମବାର ଦିନ ମହାଷ୍ଟମୀ ରେ ସନ୍ଧି ପୂଜା ସହିତ ଘଣ୍ଟ ମର୍ଦାଳ ପଞ୍ଜାବୀ ବାଜା ବଜାଇ ମାହା ଆଡମ୍ବରରେ ମା ଙ୍କ ଭସାଣି କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା ରହିଛି ।