କୋଦଳା ଠାରେ ଜନସେବା କେନ୍ଦ୍ରର ଦିନିକିଆ କର୍ମଶାଳା ଅନୁଷ୍ଠିତ

କୋଦଳା,(ଓ୍ବାଇଏନ୍ଏସ୍): ଶନିବାର କୋଦଳା ସିଏସି ଏକାଡେମୀ ଠାରେ ବେଗୁନିଆପଡା ବ୍ଳକର ସମସ୍ତ ସିଏସଇ ଭି.ଏଲ.ଇ ମାନଙ୍କୁ ନେଇ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ସିଏସଇର ରାଜ୍ୟ ମୁଖ୍ୟ ବୀମା ଉପଦେଷ୍ଟା ସତ୍ୟ ବିକାଶ ବିଶ୍ୱାଳ ଯୋଗ ଦେଇଥିବା ବେଳେ ,ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ପରିଚାଳକ ଅମିତ ସାହୁ ଓ ଗଞ୍ଜାମ ଜିଲ୍ଲା ସଂଯୋଜକ ସୁରଜ ଚୌଧୁରୀ ଯୋଗ ଦେଇ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ। ମୁଖ୍ୟତଃ ଜିଲ୍ଲାମାନଙ୍କରେ ଜନସେବା କେନ୍ଦ୍ର ନାମରେ ଠକାମୀ କରୁଥିବା ଲୋକଙ୍କୁ କିପରି ରୋକି ହେବ ତାହା ଉପରେ ଆଲୋଚନା କରିବା ସହ ଡିଜିଟାଲ ସେବାକୁ ପ୍ରତେକ ଘରେ ଘରେ କିଭଳି ସୁରୁଖୁରୁରେ ପହଁଚିପାରିବ ତା ଉପରେ ଆଲୋକପାତ କରିଥିଲେ। ଏଥିସହିତ ସିଏସିଇ ରେ ଥିବା ୱ।ଇଫାଇ ଚୌପାଲ ଓ ବିଭିନ୍ନ ସେବା ଉପରେ ବୁଝାଇଥିଲେ। ଏଠାରେ ବେଗୁନିଆପଡା ବ୍ଲକ ଭିଏଲଇ ସୋସାଇଟି ର ସଭାପତି ନିଳାଞ୍ଚଳ ସାହୁ,ସମ୍ପାଦକ- ସନ୍ତୋଷ କୁମାର ପୋଲାଇ ଙ୍କ ସମେତ କୋଦଳା ସିଏସି ଏକାଡେମୀ ମ୍ୟାନେଜର ଦୀପକ କୁମାର ଖଟେଇ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ