କୋଦଳା ଥାନାରେ ନୂତନ ଭାରପ୍ରାପ୍ତ ଅଧିକାରୀ

କୋଦଳା :-ଗଞ୍ଜାମ ଜିଲ୍ଲା କୋଦଳା ଥାନାରେ ନୂତନ ଭାରପ୍ରାପ୍ତ ଅଧିକାରୀ ଭାବେ ଦେବାଶିଷ ମହାନ୍ତି ଯୋଗଦେଇଛନ୍ତି l ପୂର୍ବରୁ ସେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ କାର୍ଯ୍ୟରତ ଥିଲେ l କୋଦଳା ଥାନା ଆଇଆଇସି ଭାବେ କରୁଥିବା ଦିଲ୍ଲୀପ କୁମାର ସାହୁଙ୍କୁ ଗଞ୍ଜାମ ଥାନାକୁ ବଦଳି ହେବା ପରେ ଶ୍ରୀ ମହାନ୍ତି ଏଠାରେ ଯୋଗ ଦେଇଛନ୍ତି l ଥାନାର ସମସ୍ତ କର୍ମଚାରୀ ସ୍ୱାଗତ କରିଛନ୍ତି l ସେ ଅପରାଧିକ କାର୍ଯ୍ୟକଳାପକୁ ଦମନ କରିବା ସହ ଅଂଚଳରେ ଶାନ୍ତି ସ୍ଥାପନ ପାଇଁ ଲୋକମାନଙ୍କ ସହଯୋଗ ଲୋଡିଛନ୍ତି l ଅଞ୍ଚଳର ବିଭିନ୍ନ ସମସ୍ୟାକୁ ଗୁରୁତର ସହ ଗ୍ରହଣ କରି ସମାଧାନ କରିବା, ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବା, ଜୁଆ ,ମଦ, ଅସାମାଜିକ କାର୍ଯ୍ୟକୁ ଦମନ ସହ ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ପୂର୍ଣ୍ଣ ମାତ୍ରାରେ ପ୍ରଚେଷ୍ଟା କରିବେ ବୋଲି ମହାନ୍ତି ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ