କୋଭିଡ ଟିକାକରଣର ଶୁଭ ଉଦଘାଟନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଜି କୋଭିଡ ଟିକା କରଣ ବ୍ୟବସ୍ଥାର ଶୁଭ ଉଦଘାଟନ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପ୍ରଥମ ଦିବସରେ ମେଡିକାଲ କର୍ମଚାରୀଙ୍କ ସମେତ ଅଙ୍ଗନବାଡି ଆଶା ଦିଦି ମାନଙ୍କୁ ଟିକା ପ୍ରଦାନ କରାଯାଇଥିଲା । ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ପ୍ରଥମ ଟିକା ମେଡିକାଲ କର୍ମଚାରୀ ରାଜେନ୍ଦ୍ର କୁମାର ପାତ୍ରଙ୍କୁ ପ୍ରଦାନ କରାଯାଇଥିଲା । ଏହା ପରେ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କମଳାକାନ୍ତ ସ୍ୱାଇଁଙ୍କ ସମେତ ଅନ୍ୟମାନେ ଟିକା ନେଇଥିଲେ । ସରକାରୀ ନିୟମ ଅନୁଯାୟୀ ମେଡିକାଲ ପରିସରରେ ସ୍ୱତନ୍ତ୍ର ଟିକା କେନ୍ଦ୍ର ଖୋଲାଯାଇଥିବାବେଳେ ପ୍ରଥମ ଦିନରେ ୧୫୦ଜଣଙ୍କୁ ଟିକା ଦିଆଯାଇଥିବା ସୂଚନା ଦିଆଯାଇଛି । ପ୍ରଥମ ଦିବସ ଉଦଘାଟନୀ କାର୍ଯ୍ୟକ୍ରମକୁ ଡାକ୍ତର ତୁଲିକା ରଥ, ସୁଧାଂଶୁ ବେହେରା, ଆଦିତ୍ୟ ସାହୁ, ଦେବଦତ୍ତ ପାଣିଗ୍ରାହୀ, ବିପିଏମ ରଶ୍ମିରେଖା ପୃଷ୍ଟି, ବିଡିଏମ ସୁଭ୍ରା ଗାଙ୍ଗୁଲି, ପିଏଚଓ ଅନିତାରାଣୀ ରାଉତ, ବିଏଏମ ରଞ୍ଜିତ ବରାଳ, ପଙ୍କଜ ବେହେରା, ମନୋରଞ୍ଜନ ରାଉତ, ପ୍ରମିଳା ରାଉତ, ରଞ୍ଜିତ ଦାସ, ଲଲାଟ ପାଢୀ, ବାସୁଦେବ ଉପାଧ୍ୟାୟ ପ୍ରମୁଖ ପରିଚାଳନା କରିଥିଲେ ।