କୋଭିଡ ନିୟମ ଭାଙ୍ଗି ଟିୟୁସନ କରୁଥିବା ଶିକ୍ଷକ ଫସିଲେ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ସାରାଦେଶ ଏବେ କରୋନା ମହାମାରୀରେ ପଡିଥିଲା ବେଳେ ଏଥିରୁ ମୁକୁଳିବା ପାଇଁ ସବୁବେଳେ ପ୍ରୟାସ ଜାରିରହିଛି। ଏହି କରୋନାର ମୁକାବିଲା କରିବାପାଇଁ ଚିନ୍ତାରେ ଥିବା ବେଳେ କେତେକ ଅମାନିଆ ଶିକ୍ଷକ ଏହାକୁ ବେଖାତିର କରି ଟିୟୁସନ କରୁଥିଲେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଠାରେ ଜୈନକ ଶିକ୍ଷକ ଘର ଭିତରେ କିଛି ଛାତ୍ର ଛାତ୍ରୀଙ୍କୁ ଟିୟୁସନ କରୁଥିଲେ l କୌଣସି ସୂତ୍ରରୁ ଖବର ପାଇବା ପରେ କନ୍ଧମାଳ ଜିଲ୍ଲାପାଳ ଡ଼ଃ ବୃନ୍ଦା ଡ଼ି ଙ୍କ ନିର୍ଦ୍ଦେଶ କ୍ରମେ ଫୁଲବାଣୀ ତହସିଲଦାର ଦୀନମଣି ନାୟକ ଓ ଫୁଲବାଣୀ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମହେନ୍ଦ୍ର ନାଥ ମୁର୍ମୁ ଘଟଣା ସ୍ଥଳରେ ପହଞ୍ଚି ଶିକ୍ଷକଙ୍କୁ ଗିରଫ କରି ଆଦର୍ଶ ଥାନା ଫୁଲବାଣୀକୁ ନିଆଯାଇଥିବା ବେଳେ ଥାନା ଭାରପ୍ରାପ୍ତ ଅଧିକାରୀ ଆଦିତ୍ୟ କୁମାର ସେଠି ତାଙ୍କୁ ଥାନାରେ ଅଟକ ରଖିଥିଲେ। ଏହି ଭୁଲ ପାଇଁ ଶିକ୍ଷକ ଜଣକ ଲିଖିତ ଭାବେ ପୂନର୍ବାର ଆଉ ଟିଉସନ୍ ନକରିବାକୁ ନିବେଦନ ପରେ ଶିକ୍ଷକ ଙ୍କୁ ତାଗିଦ୍ କରି ଛଡା ଯାଇଥିବା ସୁଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ