କୋଭିଡ ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଦୁଇ କୋଭିଡ ଯୋର୍ଦ୍ଧା ଙ୍କୁ ସହାୟତା ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ସମୟରେ ନିଜ ନିଜ ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇ ମୃତ୍ୟୁବରଣ କରିଥିବା ଦୁଇ ଜଣ କୋଭିଡ ଯୋର୍ଦ୍ଧା ତଥା ଛତ୍ରପୁର ବ୍ଲକ୍ ର ବଡ଼ମାଧପୁର ଅଙ୍ଗନବାଡି କେନ୍ଦ୍ରରେ ସହାୟିକା ଭାବେ କାର୍ଯ୍ୟ କରିଥିବା ମୃତକ ପଙ୍ଗୁ ବେହେରା ଓ ଦିଗପହଣ୍ଡି ବ୍ଲକ୍ ର ଭୀଷ୍ମଗିରି ଅଂଚଳ ରେ ଅଙ୍ଗନବାଡି କର୍ମୀ ଭାବେ କାର୍ଯ୍ୟ କରିଥିବା ମୃତକ ଏମ. ମାଙ୍ଗାମ୍ମl  ପାତ୍ର ପରିବାରକୁ ଶନିବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଆସିଥିବା ଏହି ସହାୟତା ରାଶିର ଏକ ଚେକ୍ କୁ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଦ୍ଭାବନା କକ୍ଷ ଠାରେ ମୃତ ଅଙ୍ଗନବାଡି କର୍ମୀ  ଓ ଅଙ୍ଗନବାଡ଼ି ସହାୟିକାଙ୍କ ପରିବାରକୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପ୍ରଦାନ କରିଛନ୍ତି । କରୋନା ମହାମାରୀ ସମୟରେ ଏହି ଦୁଇ କୋଭିଡ ଯୋର୍ଦ୍ଧା ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ୍  ବଡ଼ମାଧପୁର ଓ ଦିଗପହଣ୍ଡି ବ୍ଲକ୍ ର ଭୀଷ୍ମଗିରି ଅଞ୍ଚଳରେ  କାର୍ଯ୍ୟରତ ଥିଲେ l  ଏହି ସମୟରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଥିଲା । ଆଜି କୋଭିଡ ଯୋଦ୍ଧା ଭାବେ ସେମାନଙ୍କ ପରିବାରକୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ୍ ( ସାଧାରଣ ), ଭାରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାଶ , ଛତ୍ରପୁର  ସିଡିପିଓ କିଷ୍ଣା କୁମାରୀ ନନ୍ଦ ,ଦିଗପହଣ୍ଡି  ସିଡିପିଓ ପୁଷ୍ପାଞ୍ଜଳି ଶତପଥୀ ,ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶାଶ୍ୱତ କୁମାର ସାହୁ ,ହିସାବ ରକ୍ଷକ ନମିତା ପ୍ରଧାନ ଙ୍କ ସମେତ ବହୁ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ l ମୃତ ଅଙ୍ଗବାଡି ସହାୟିକା ପଙ୍ଗୁ ବେହେରା ଜଣେ କିନ୍ନର ଥିଲେ l ସେ ଜିଲ୍ଲାର ପ୍ରଥମ କରି ଅଙ୍ଗନବାଡି ସହାୟିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ l କୋଭିଡ ମହାମାରୀ ସମୟରେ ନିଜ ଦାୟିତ୍ୱ ତୁଲାଇ କାର୍ଯ୍ୟ କରୁଥିବା ବେଳେ ସେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ