କୋଭିଡ-19 ବିରୋଧୀ ଲଢ଼େଇରେ ସାମାଜିକ ଦୂରତା ସବୁଠୁ ପ୍ରଭାବୀ ମାର୍ଗ

ନୂଆଦିଲ୍ଲୀ  : ଏ ଯୁଦ୍ଧରେ ଏଭଳି ଅନେକ ଯୋଦ୍ଧା ରହିଛନ୍ତି, ଯେଉଁମାନେ ଘରୁ ନୁହେଁ, ବାହାରେ ରହି କରୋନା ଭୂତାଣୁ ସହ ସଂଗ୍ରାମ ଚଳାଇଛନ୍ତି । ସେମାନେ ହେଉଛନ୍ତି ଆମ ପାଇଁ ଆଗ ଧାଡ଼ିର ଯୋଦ୍ଧା । ବିଶେଷକରି ଆମ ନର୍ସ ଭଉଣୀମାନେ, ନର୍ସ କାମ କରୁଥିବା ଆମ ଭାଇମାନେ, ଡାକ୍ତର, ପାରା-ମେଡିକାଲ୍ ଷ୍ଟାଫ୍ । ଏଭଳି ସାଥୀମାନେ, ଯେଉଁମାନେ କରୋନାକୁ ପରାଜିତ କରିସାରିଛନ୍ତି । ଆଜି ଆମକୁ ସେମାନଙ୍କ ଠାରୁ ପ୍ରେରଣା ଗ୍ରହଣ କରିବାକୁ ହେବ । ବିଗତ ଦିନରେ ମୁଁ ଏଭଳି କିଛି ଲୋକଙ୍କ ସହିତ ଫୋନରେ କଥା ହୋଇଛି, ସେମାନଙ୍କୁ ପ୍ରୋତ୍ସାହିତ କରିଛି । ସେମାନଙ୍କ ସହିତ କଥା ହୋଇ ମୋର ଉତ୍ସାହ ମଧ୍ୟ ବୃଦ୍ଧି ପାଇଛି”। ମାନବ ସଭ୍ୟତା ପ୍ରତି ବିପଦ ସୃଷ୍ଟି କରିଥିବା ଏହି ଭୂତାଣୁର ନିପାତ ଲାଗି ବିଶ୍ବ ସମୁଦାୟ ଆଗେଇ ଆସିବାର ଆବଶ୍ୟକତା ରହିଛି ବୋଲି  ମୋଦୀ ମତବ୍ୟକ୍ତ କରିଥିଲେ। “କରୋନା ଭୂତାଣୁ ଆଜି ବିଶ୍ୱବାସୀଙ୍କୁ ବନ୍ଦୀ କରିପକାଇଛି । ଏହା ଜ୍ଞାନୀ ଓ ବିଜ୍ଞାନୀ, ଗରିବ ଓ ସମୃଦ୍ଧଶାଳୀ, ଦୁର୍ବଳ ଓ ଶକ୍ତିଶାଳୀ ସମସ୍ତଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛି । ଏହା କୌଣସି ରାଷ୍ଟ୍ରର ସୀମା ମଧ୍ୟରେ ସୀମିତ ହୋଇରହିନାହିଁ । ଏହା କୌଣସି ଅଞ୍ଚଳକୁ ଦେଖୁନାହିଁ କିମ୍ବା କୌଣସି ପାଣିପାଗକୁ । ଏହି ଭୂତାଣୁ ମଣିଷକୁ ମାରିବାକୁ, ମଣିଷ ଜାତିକୁ ଲୋପ କରିବାର ଜିଦ୍ ଧରି ବସିଛି । ଆଉ ସେଥିପାଇଁ  ସମଗ୍ର ମାନବଜାତିକୁ ଏହି ଭୂତାଣୁର ନିପାତ କରିବା ପାଇଁ ଏକଜୁଟ ହୋଇ ସଂକଳ୍ପ ଗ୍ରହଣ କରିବାକୁ ହିଁ ହେବ” ବୋଲି ସେ କହିଥିଲେ। ମୋଦୀ କହିଥିଲେ ଯେ, ଯେଉଁମାନେ କୋଭିଡ-୧୯ ଲକଡାଉନ ସମୟରେ ନିୟମ ଭାଙ୍ଗୁଛନ୍ତି ସେମାନେ ନିଜ ଜୀବନ ସହିତ ଖେଳୁଛନ୍ତି। ସେ ଏହା ସ୍ପଷ୍ଟ କରି ଦେଇଥିଲେ ଯେ ଲକଡାଉନ ନିୟମ ମାନୁନଥିବା ଲୋକମାନେ ବୁଝିବା ଦରକାର ଯେ କରୋନା ସଂକ୍ରମଣ ମହାମାରୀରୁ ଆମକୁ ରକ୍ଷା କରିବା କଷ୍ଟକର ହୋଇପଡ଼ିବ। ପ୍ରଧାନମନ୍ତ୍ରୀ କହିଥିଲେ, ବିଶ୍ୱରେ ଅନେକ ଲୋକଙ୍କ ଏଭଳି ଭ୍ରମ ଧାରଣା ଥିଲା । ଆଜି ସେମାନେ ସମସ୍ତେ ଅନୁତାପ କରୁଛନ୍ତି । କରୋନା ଭୂତାଣୁ ବିରୋଧୀ ଲଢ଼େଇ ଅଭୂତପୂର୍ବ ଏବଂ ଆହ୍ବାନପୂର୍ଣ୍ଣ ହୋଇଥିବାରୁ ଏହି ସମୟରେ ନିଆଯାଇଥିବା କଠୋର ନିଷ୍ପତି ପୂର୍ବରୁ ପୃଥିବୀ ଇତିହାସରେ କେବେ ଦେଖିବାକୁ ମିଳିନଥିଲା। ପ୍ରଧାନମନ୍ତ୍ରୀ କହିଥଲେ ଯେ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଭାରତୀୟମାନଙ୍କ ଦ୍ବାରା ନିଆଯାଉଥିବା ପଦକ୍ଷେପ ଏବଂ ପ୍ରୟାସ ଫଳରେ ଭାରତ ଏହି ମହାମାରୀ ବିରୋଧୀ ଲଢ଼େଇରେ ଜିତିପାରିବ। ମୋଦୀ କହିଥିଲେ, ଗରିବଙ୍କ ପ୍ରତି ଆମର ସମବେଦନା ଆହୁରି ଅଧିକ ହେବା ଆବଶ୍ୟକ । ଆମ ମାନବିକତାର ସୁଗନ୍ଧ ଏଇ କଥାରେ ଅଛି ଯେ – କୋଉଠି ବି ଯଦି କୌଣସି ଗରିବ, ଦୁଃଖୀ, ଭୋକିଲା ଲୋକ ଦେଖାଯାନ୍ତି, ତା’ହେଲେ ଏଇ ସଂକଟର କ୍ଷଣରେ ସର୍ବପ୍ରଥମେ ଆମେ ସେମାନଙ୍କ ପେଟ ଭରିବା, ସେମାନଙ୍କ ଆବଶ୍ୟକତା ସମ୍ପର୍କରେ ଚିନ୍ତା କରିବା ଉଚିତ ଏବଂ ଭାରତ ତାହା କରିପାରିବ । କାହିଁକି ନା ଏହା ଆମର ସଂସ୍କାର ଏହା ଆମର ସଂସ୍କୃତି । ପ୍ରଧାନମନ୍ତ୍ରୀ ଏକ ଶାସ୍ତ୍ରୋକ୍ତିର ଉଦ୍ଧାର କରି କହିଥିଲେ ଯେ ରୋଗ ଏବଂ ଏହାର ପ୍ରକୋପର ପ୍ରତିକାର ପ୍ରାରମ୍ଭିକ ଅବସ୍ଥାରୁ ହିଁ କରିବା ଉଚିତ । କାରଣ ପରେ ଯେତେବେଳେ ରୋଗ ଅସାଧ୍ୟ ହୋଇଯାଏ, ଚିକିତ୍ସା ମଧ୍ୟ କଷ୍ଟକର ହୋଇପଡ଼େ । ଆଜି ସାରା ଭାରତବର୍ଷ, ପ୍ରତ୍ୟେକ ଭାରତବାସୀ ଏହା ହିଁ କରୁଛନ୍ତି  ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥଲେ ଯେ କରୋନା ଭୂତାଣୁ ଆଜି ବିଶ୍ୱବାସୀଙ୍କୁ ବନ୍ଦୀ କରିପକାଇଛି । ଏହା ଜ୍ଞାନୀ ଓ ବିଜ୍ଞାନୀ, ଗରିବ ଓ ସମୃଦ୍ଧଶାଳୀ, ଦୁର୍ବଳ ଓ ଶକ୍ତିଶାଳୀ ସମସ୍ତଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛି । ଏହା କୌଣସି ରାଷ୍ଟ୍ରର ସୀମା ମଧ୍ୟରେ ସୀମିତ ହୋଇରହିନାହିଁ । ତେଣୁ ମୁଁ ଏହି ପ୍ରସଙ୍ଗ ମୁଁ ମନ କୀ ବାତର ଚଳିତ ସଂସ୍କରଣରେ ଉଠାଇବାକୁ ନିଷ୍ପତ୍ତି ନେଲି । ମୋଦୀ ସବୁ ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ। ଦେଶବାସୀ ତାଙ୍କୁ କ୍ଷମା କରିଦେବେବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ।  ବିଶେଷକରି ଦେଶର ଗରିବ ଭାଇ-ଭଉଣୀଙ୍କୁ କ୍ଷମା ମାଗି ସେ କହିଥିଲେ, ମନେ ହେଉଛି ଯେ, ସେମାନେ ନିଶ୍ଚୟ ଏ କଥା ଭାବୁଥିବେ – ଇଏ କିଭଳି ପ୍ରଧାନମନ୍ତ୍ରୀ ଯେ ଆମକୁ ଏମିତି ଅସୁବିଧାରେ ପକାଇ ଦେଇଛନ୍ତି! ସେମାନଙ୍କ ଠାରୁ ମଧ୍ୟ ମୁଁ ସ୍ୱତନ୍ତ୍ର ଭାବେ କ୍ଷମା ପ୍ରାର୍ଥନା କରୁଛି । ଆଉ ଏକ ଶାସ୍ତ୍ରୋକ୍ତିକୁ ଉଦ୍ଧାର କରି ସେ କହିଥିଲେ, ଉତ୍ତମ ସ୍ବାସ୍ଥ୍ୟ ସବୁଠୁ ବଡ଼ ସୌଭାଗ୍ୟ ଏବଂ ଦୁନିଆରେ ଏକମାତ୍ର ଖୁସିର ମାର୍ଗ। ପ୍ରଧାନମନ୍ତ୍ରୀ କହିଥିଲେ, ଏ ଯୁଦ୍ଧରେ ଏଭଳି ଅନେକ ଯୋଦ୍ଧା ରହିଛନ୍ତି, ଯେଉଁମାନେ ଘରୁ ନୁହେଁ, ବାହାରେ ରହି କରୋନା ଭୂତାଣୁ ସହ ସଂଗ୍ରାମ ଚଳାଇଛନ୍ତି । ସେ କହିଥିଲେ, ସେମାନେ ହେଉଛନ୍ତି ଆମ  ପାଇଁ ଆଗ ଧାଡ଼ିର ଯୋଦ୍ଧା । ବିଶେଷକରି ଆମ ନର୍ସ ଭଉଣୀମାନେ, ନର୍ସ କାମ କରୁଥିବା ଆମ ଭାଇମାନେ, ଡାକ୍ତର, ପାରା-ମେଡିକାଲ୍ ଷ୍ଟାଫ୍ ଏବଂ ଯେଉଁମାନେ କରୋନା ଭୂତାଣୁକୁ ହରାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଲୋକମାନେ ମହାମାରୀ କବଳରୁ ଆମକୁ ସୁରକ୍ଷିତ ରଖିବା ଲାଗି ଶତଚେଷ୍ଟା ଜାରି ରଖିଛନ୍ତି। ସେମାନେ ଆମକୁ ଯାହା କହୁଛନ୍ତି ଆମେ ତା’କୁ ଶୁଣିବା ସହିତ ଏହାକୁ ସଚ୍ଚା ମନୋଭାବ ନେଇ ଅଭ୍ୟାସରେ ପରିଣତ କରିବାକୁ ହେବ ବୋଲି ସେ କହିଥଲେ। ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ନିଃସ୍ବାର୍ଥ ସେବା ନିମନ୍ତେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ। “ଡାକ୍ତର ହୁଅନ୍ତୁ, ନର୍ସ ହୁଅନ୍ତୁ, ପାରମେଡିକାଲ, ଆଶା, ଏଏନଏମ ବା ସଫେଇ କର୍ମଚାରୀ ଏମାନଙ୍କ କର୍ତ୍ତବ୍ୟନିଷ୍ଠା ଓ ନିରବଚ୍ଛିନ୍ନ ପ୍ରୟାସ କାରଣରୁ ଦେଶ ଏତେ ବଡ଼ ଲଢ଼େଇ ଲଢ଼ିପାରୁଛି । ଏମାନଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ ମଧ୍ୟ ଦେଶ ଚିନ୍ତା କରୁଛି – ଏହାକୁ ଦୃଷ୍ଟିରେ ରଖି ଏଇଭଳି ପ୍ରାୟ 20 ଲକ୍ଷ ସାଥୀଙ୍କ ପାଇଁ 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମାର ଘୋଷଣା ସରକାର କରିଛନ୍ତି ଯାହାଦ୍ୱାରା ଆପଣମାନେ ଏ ଯୁଦ୍ଧରେ ଅଧିକ ଆତ୍ମବିଶ୍ୱାସର ସହ ଦେଶକୁ ନେତୃତ୍ୱ ଦେଇପାରିବେ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପଡ଼ୋଶୀରେ ଥିବା ଛୋଟ ତେଜରାତି ଦୋକାନୀ, ଡ୍ରାଇଭର ଓ କର୍ମଜୀବୀମାନଙ୍କୁ ସେ ପ୍ରଶଂସା କରିଥିଲେ। ସେମାନେ ଦେଶରେ ଜରୁରି ସାମଗ୍ରୀ ଯୋଗାଣକୁ ନିରନ୍ତର ଜାରି ରଖିବା ଲାଗି ନିରବଚ୍ଛିନ୍ନ ଭାବେ ପ୍ରୟାସ କରୁଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ କାମ କରୁଥିବା ଲୋକ, ଇ-କମର୍ସ କମ୍ପାନୀରେ ଡେଲିଭରୀ ଦେଉଥିବା କର୍ମଚାରୀ ଏବଂ ଏପରି ସମୟରେ ଗ୍ରୋସରୀ ସାମଗ୍ରୀ ଯୋଉଥିବା ଲୋକମାନେ ଏହି ଲଢ଼େଇରେ ନେତୃତ୍ବ ନେଉଛନ୍ତି। ନିରବଚ୍ଛିନ୍ନ ଭାବେ ଟିଭି ଦେଖିବା ଏବଂ ସହଜରେ ଡିଜିଟାଲ ପେମେଂଟ କରିବାର ବ୍ୟବସ୍ଥା କରୁଥିବା ଲୋକଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ। ସେ ସେମାନଙ୍କୁ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରିବା ଏବଂ ନିଜର ତଥା ନିଜ ପରିବାର ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନର ପରିସ୍ଥିତିରେ ଆମକୁ ସାମାଜିକ ଦୂରତା ସୁନିଶ୍ଚିତ କରିବାକୁ ହେବ ମାନବୀୟ ଓ ଭାବନାତ୍ମକ ଦୂରତା ନୁହେଁ। ସଙ୍ଗରୋଧରେ ଥିବା ଲୋକଙ୍କ ପ୍ରତି ବାଚ୍ଛବିଚାର କରାଯାଉଥିବା ଜାଣି ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ। ଏପରି ଲୋକମାନେ ନିଜକୁ ତଥା ଅନ୍ୟମାନଙ୍କୁ ସୁରକ୍ଷିତ ରଖିପାରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ କରୋନା ଭୂତାଣୁ ବିରୋଧୀ ଲଢ଼େଇରେ ସାମାଜିକ ଦୂରତା ହେଉଛି ସବୁଠୁ ପ୍ରଭାବୀ ମାର୍ଗ। ଏହି ଲଢ଼େଇରେ ଜିତିବାକୁ ହେଲେ ଦେଶବାସୀଙ୍କୁ ଘରେ ରହିବା ଲାଗି ସେ ପୁଣିଥରେ ନିବେଦନ କରିଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ