କୋମଳମତି ଶିଶୁଙ୍କ ଦ୍ବାରା କ୍ରାନ୍ତିର ଶାଖା କାର୍ଯ୍ୟାଳୟ ଉଦଘାଟିତ

ବ୍ରହ୍ମପୁର, (ଅନିଲ କୁମାର): ଶ୍ରୀରାମ ନଗର ଦ୍ଵିତୀୟ ଲାଇନ୍ ସ୍ଥିତ ଗ୍ରେଟ୍ ଇଣ୍ଡିଆ ଇଣ୍ଟରନେସନାଲ ସ୍କୁଲ ପରିସରରେ ସାମାଜିକ ଅନୁଷ୍ଠାନ କ୍ରନ୍ତିର ଶାଖା କାର୍ଯ୍ୟାଳୟ କୋମଳମତି ଶିଶୁ ରୀୟଂଶ ଓ ରିତେଶଙ୍କ ଦ୍ଵାରା ଉଦଘାଟିତ ହୋଇ ଯାଇଛି। କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ ଦେବାନନ୍ଦ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମେ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ କରାଯାଇଥିବା ସହ ଏହି ଶାଖାରେ ସମସ୍ତ ପ୍ରକାର ନୃତ୍ୟ,ସଙ୍ଗୀତ, ଚିତ୍ରାଙ୍କନ, ଆବକସ, ତାଇକୋଣ୍ଡ, ସହ ଅନ୍ୟାନ୍ୟ ବିଷୟରେ ଶିଶୁମାନଙ୍କୁ ଶିକ୍ଷା ଦିଆଯିବା ସହ ଏହି ଅଞ୍ଚଳର ଜନସାଧାରଣଙ୍କ ପାଇଁ ବିଭିନ୍ନ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ କରାଯିବ ବୋଲି ମତ ପ୍ରକାଶ କରିଥଲେ।। ଏହି ଉଦଘାଟନୀ ଉତ୍ସବରେ ଗ୍ରେଟ୍ ଇଣ୍ଡିଆ ଇଣ୍ଟରନେସନାଲ ସ୍କୁଲର ଚେୟାରମ୍ୟାନ ଚିତ ଦାଶ, ମହାନ ସଂଘ ସଭାପତି ସୁଶାନ୍ତ ସାବତ, କାଲାମ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ସମ୍ପାଦକ ସନ୍ତୋଷ କୁମାର ଜେନା,ବିଏମ୍ସିର ପୂର୍ବତନ କର୍ପୋରେଟର ପି. ଆଶା ରାନୀ, ସମାଜସେବୀ ପ୍ରଣବ କୁମାର ପଣ୍ଡା, ଗ୍ରେଟ୍ ଇଣ୍ଡିଆ ଇଣ୍ଟରନେସନାଲ ସ୍କୁଲର ଅଧ୍ୟକ୍ଷ ନିରଞ୍ଜନ ଦାଶ, ସାବିତ୍ରୀ ପାତ୍ର ,ପି. ବଳରାମ, ପୁଷ୍ପଲତା ପାଣିଗ୍ରାହୀ, ଶ୍ରଦ୍ଧାଞ୍ଜଳି ପାଢ଼ୀ ଓ ଇଂ ଶିବରାମ ଚୌଧୁରୀଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସଫଳତା କାମନା କରିଥିଲେ।କ୍ରାନ୍ତି ଅନୁଷ୍ଠାନର ଶିଶୁ କଳାକାରଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ହୃଦୟସ୍ୱର୍ଶି ହୋଇ ପାରିଥିଲା।କ୍ରାନ୍ତି ଅନୁଷ୍ଠାନର ଦେବରାଜ ରାଉତ , ନିର୍ମଳା ଦାଶ , ମନୋଜ ସାହୁ, ଗୀତା ସାହୁ, ଅନିଲ କୁମାର ସେଠୀ, ଲାବନ୍ୟା , ପ୍ରୀୟଂଶା ନାୟକ ,ଧନଞ୍ଜୟ ପାଣିଗ୍ରାହୀ ,ଅରୁଣ ପଟ୍ଟନାୟକ, ପରମାନନ୍ଦ ପଣ୍ଡା, ଗୁପ୍ତେଶ୍ୱରୀ ପାତ୍ର, ଦିପ୍ତିମୟୀ ପଣ୍ଡା,ଲିଙ୍ଗରାଜ ପଟ୍ଟନାୟକ, ଚର୍ଚ୍ଚିକା ଦାଶ ଓ ଚିନ୍ମୟାନନ୍ଦ ଦାଶ ପ୍ରମୁଖ ଉପସ୍ଥିତି ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ଡ଼ଃ ଦେବାନନ୍ଦ ଦାଶ ସମସ୍ତଙ୍କୁ ସହଯୋଗ ପାଇଁ ହୃଦୟରୁ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ