କୋରାପୁଟ ଏସ୍‌ଏଲ୍‌ଏନ୍ ମେଡିକାଲରେ କରୋନା ପରୀକ୍ଷା କେନ୍ଦ୍ର ଉଦ୍‌ଘାଟିତ

କୋରାପୁଟ,(ୱାଇଏନ୍‌ଏସ୍‌): କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜର ସ୍ୱତନ୍ତ୍ର କକ୍ଷରେ କରୋନା ପରୀକ୍ଷା କେନ୍ଦ୍ର ଆଜି କୋରପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଉଦ୍‌ଘାଟିତ କରିଛନ୍ତି। ଅତ୍ୟାଧୁନିକ ସୁବିଧା ସୁଯୋଗ ସହ ଏହି କକ୍ଷରେ ପରୀକ୍ଷା ପାଇଁ ଯନ୍ତ୍ରପାତି ଲାଗିଛି।ଏଥିପାଇଁ ଏହି କକ୍ଷକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯିବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ହୋଇଛି। ଚେନ୍ନାଇରୁ ଏକ ବିଶେଷଜ୍ଞ ଆସି କରୋନା ପରୀକ୍ଷା ନିମନ୍ତେ ଆବଶ୍ୟକତା ଅନୁଯାୟୀ ଯନ୍ତ୍ରପାତି ସ୍ଥାପନ କରିଥିଲେ। କରୋନା ପରୀକ୍ଷା ସମ୍ପର୍କିତ ତାଲିମ ନିମନ୍ତେ ଏକ ଟିମ ବାହାରକୁ ଯାଇ ତାଲିମ ନେଇ ଫେରିଛନ୍ତି । କରୋନା ପରୀକ୍ଷା କେନ୍ଦ୍ର ପାଇଁ ରାଜ୍ୟ ସରକାର ସହଯୋଗ କରିବା ସହ ଜିଲା ଖଣି ପ୍ରତିଷ୍ଠାନ ପକ୍ଷରୁ ଟଙ୍କା ବରାଦ କରାଯାଇଥିଲା।ଆଜି କରୋନା ପରୀକ୍ଷା କାର୍ୟ୍ଯକ୍ଷମ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏଠାରେ ଛଅ ଟି ସାମ୍ପଲ ଟେଷ୍ଟ କରାଯାଇ ପାରିବ ବୋଲି ମେଡିକାଲ କଲେଜ ଡିନ କେ ସି ବିଶ୍ୱାଳ କହିଛନ୍ତି।ଉଚ୍ଚ କ୍ଷମତା ସଂପ୍ରନ ମେସିନ ଆସିଲେ ପରବର୍ତ୍ତୀ ପର୍ଯ୍ୟାୟରେ ସଂଖ୍ୟା ବଢ଼ିବ ।ଏଇ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ସମେତ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଏବଂ ମେଡିକାଲ କଲେଜ ରେ ସମସ୍ତ ଷ୍ଟାଫ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ