“ଯୁଗାଦ୍ଦର ପ୍ରଭାବ” ଶିବଙ୍କ ପରିବାରକୁ ମିଳିଲା ରାସନ କାର୍ଡ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କେନ୍ଦ୍ର ଓ ରାଜ୍ୟ ସରକାର ଗରିବଙ୍କ ପାଇଁ ବିଭିନ୍ନ ଯୋଜନା ଏବଂ ପ୍ୟାକେଜମାନ ଘୋଷଣା କରୁଛନ୍ତି, କେହି ମଧ୍ୟ ଯେପରି ଭୋକିଲା ନ ରହିବେ, ସେଥିପାଇଁ ଆଗୁଆ ତିନି ମାସର ରାସନ ଯୋଗାଇ ଦେଇଛନ୍ତି କିନ୍ତୁ କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା l ବାଲିଗୁଡା ଏନଏସି ର ୬ ନମ୍ବରରେ ରହୁଥିବା ଶିବ ପ୍ରସାଦ ପଟ୍ଟନାୟକଙ୍କ ପରିବାରଙ୍କ ରାସନ କାର୍ଡ ନଥିବାରୁ ରାସନ ପାଇବାରେ ବଞ୍ଚିତ ହୋଇ ରହିଥିଲେ l ଶିବପ୍ରସାଦ ବାଲିଗୁଡା ବଜ଼ାରରେ ଏକ ଛୋଟ ଘଣ୍ଟା ମରାମତି ଦୋକାନ କରି ଗୁଜୁରାଣ ମେଣ୍ଟାଉଛନ୍ତି, ଲକଡାଉନ ରେ ଦୋକାନ ବନ୍ଦହୋଇଯିବା ପରେ ଦୁଇସନ୍ତାନ ଓ ସ୍ତ୍ରୀ କୁ ଦାନା ଯୋଗାଡ କରିବା ମୁସ୍କିଲ ହୋଇପଡିଥିଲା l ଏନେଇ ଶିବ ବହୁବାର ବାଲିଗୁଡା ବ୍ଲକ ପ୍ରଶାସନ ଏନଏସି ଅଧିକାରୀ ଓ ଉପଜ଼ିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ବି ରାସନ କାର୍ଡ ପାଇବାରେ ବଞ୍ଚିତ ହୋଇରହିଥିଲେ l ଶିବଙ୍କ ପରିବାର ଦୀର୍ଘ କୋଡିଏ ବର୍ଷରୁ ଉର୍ଦ୍ଧହେବ ନୁଆସାହିରେ ଭଡ଼ାଘରେ ରହି ଆସୁଥିବା ବେଳେ ବହୁ ଅସୁବିଧା ଦେଇ ଗତିକରୁଥିଲେ l ଲକ ଡ଼ାଉନର ଅଵଧି ପରିବାର ପାଇଁ ଚିନ୍ତାର କାରଣ ସାଜିଥିବା ବେଳେ ଲକ ଡ଼ାଉନ ସମୟରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟଦେବ ଷଡ଼ଙ୍ଗୀ ଉପଖଣ୍ଡ ଯୋଗାଣ ବିଭାଗ ଅଧିକାରୀ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଙ୍କୁ ଭେଟି ସମସ୍ୟା ସମ୍ୱନ୍ଧରେ ଅବଗତ କରିଥିଲେ l ତଥାପି କାର୍ଡଟିଏ ମିଳିନ ଥିଲା, ତିନିବଖରା ପକ୍କାଘରେ ରହୁଥିବାରୁ ଯାଞ୍ଚବେଳେ ପଡିକାର୍ଡ କାଟିଦିଆଯାଇଛି ବୋଲି ଯୋଗାଣ ଅଧିକାରୀ କହିଥିଲେ l ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଉପଖଣ୍ଡ ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲେ ଓ ଉପଜ଼ିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ପୁନଃ ତଦନ୍ତ ନିର୍ଦେଶ ଦେଇଥିଲେ ଯୋଗାଣ ଅଧିକାରୀ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀଙ୍କ ସମେତ ଏନଏସି କତ୍ତୃପକ୍ଷ ଶିବ ପ୍ରସାଦ ପଟ୍ଟନାୟକଙ୍କ ଭଡା ଘରେ ପହଂଚି ସରଜମିନ ତଦନ୍ତ କରିଥିଲେ ଓ ତଦନ୍ତ ପରେ ଶିବଙ୍କ ପରିବାରଙ୍କୁ ରାସନ କାର୍ଡ ପ୍ରଦାନ କରିଥିଲେ l ରାସନ କାର୍ଡ ପାଇବା ପରେ ଶିବଙ୍କ ପରିବାର ଖୁସିପ୍ରକଟ କରିଛନ୍ତି l ବିଶେଷ ଭାବେ ପୂର୍ଣ୍ଣ ସହଯୋଗ କରିଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି lଉପ ଜ଼ିଲ୍ଲାପାଳ ଶ୍ରୀ ନନ୍ଦ ଗରିବଙ୍କ ଦୁଃଖ ବୁଝିପାରି ପ୍ରକୃତ ହିତାଧିକାରୀଙ୍କୁ ରାସନ କାର୍ଡ ବ୍ୟବସ୍ଥା କରିଥିବାରୁ ପରିବାର ଲୋକ ସମେତ ନୂଆସାହି ବାସିନ୍ଦା ଓ ମିଳିତ ନାଗରିକ କମିଟି ଉପଜ଼ିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦଙ୍କୁ ସାଧୁବାଦ ଜଣାଇଛନ୍ତି lଶିବଙ୍କ ପରିବାର ଦୁଃଖ ଦୁର୍ଦଶା ହୃଦୟଙ୍ଗମ କରି ଗଣମାଧ୍ୟମ ପ୍ରତିନିଧି ମାନେ ପ୍ରଶାସନର ଦୃଷ୍ଟିଆକର୍ଷଣ କରି ଥିବାରୁ ଗଣମାଧ୍ୟମ ପ୍ରତିନିଧି ଓ ତଦନ୍ତକାରୀ ଅଫିସର ଯୋଗାଣ ଅଧିକାରୀ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଏନଏସି କତୃପକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ଜୁନ ପହିଲାରୁ ଶିବଙ୍କ ପରିବାର ବର୍ଗଙ୍କୁ ପି ଡି ଏସ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ଯୋଗାଣ ଅଧିକାରୀ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ