କୋରାପୁଟ ଜିଲାରେ ବଢୁଛି କରନା ଚିହ୍ନଟ ଙ୍କ ସଂଖ୍ୟା
ଜୟପୁର, (ଓ୍ବାଇଏନ୍ଏସ୍):କୋରାପୁଟ ଜିଲ୍ଲା ରେ ଦିନକୁ ଦିନ କରନା ଚିହ୍ନଟ ଙ୍କ ସଂଖ୍ୟା ବୃଦ୍ଧି ନେଇ ଏବେ ଚିନ୍ତା ରେ ଜିଲ୍ଲା ପ୍ରଶାସନ।ଗତ ଦଶଦିନ ମଧ୍ୟରେ ହୁ ହୁ ହୋଇ ବୃଦ୍ଧି ପାଉଛି କରନା ଚିହ୍ନଟ ଙ୍କ ସଂଖ୍ୟା।ଜିଲା ର ବିଭର୍ଣ୍ଣ ବ୍ଲକ ଏବଂ ପୌରପାଳିକା ରୁ କରନା ଚିହ୍ନଟ ସଂଖ୍ୟା ଗତକାଲି ସୁଦ୍ଧା ୯୪ ରେ ଥିବା ବେଳେ ଆଜି ପୁଣି ଜିଲା ରେ ୪୨ ଜଣ ନୂଆ କରନା ଚିହ୍ନଟ ପରେ ଏବେ ଜିଲା ରେ କରନା ଚିହ୍ନଟ ସଂଖ୍ୟା ୧୩୬ ରେ ପହଞ୍ଚି। ଆଜି ର କରନା ଚିହ୍ନଟ ମଧ୍ୟରେ ୪୨ ଜଣ ଙ୍କ ମଧ୍ୟରେ ୨୭ ଜଣ ପୁରୁଷ ରହିଥିବା ବେଳେ ୧୫ ଜଣ ମହିଳା ରହିଛନ୍ତି।ସେପଟ ଆଜି ଜୟପୁର ପୌରପରିସଦ ରୁ ୧୦ ଜଣ ଏବଂ ଜୟପୁର ବ୍ଲକ ଦିଗାପୁର ର ଜଣେ ଚିହ୍ନଟ ହୋଇଛନ୍ତି।ଜୟପୁର ର ଖାଲ ସାହି ଏବଂ ଇରିକେସନ କଲେନି ବସ୍ତି ର କଣ୍ଟେଣ୍ଟମେଣ୍ଟ ଯୋନ ଅବଧି ସମୟ କୁ ଆଉ ୪୮ ଘଣ୍ଟ ପାଇଁ ବର୍ଦ୍ଧିତ କରାଯାଇଛି।ଅନ୍ୟପଟେ ଆଜି ମହାରିଣୀ ପେଟା,ଗୌଡ଼ସାହି,ପାଇଲ ସାହି ,ମହିଲମହାବିଦ୍ୟାଳୟ ପଛପଟ ସାହି, ଏବଂ ଜୟପୁର ବ୍ଲକ ର ବିରିଫୁଲଗୁମା ଗ୍ରାମ କୁ ନୂତନ ଭାବେ କଣ୍ଟେଣ୍ଟମେଣ୍ଟ ଯୋନ କରାଯିବା ନେଇ ଘୋଷଣ କରିଛନ୍ତି କୋରାପୁଟ ଜିଲାପାଳ ମଧୁସଦନ ମିଶ୍ର। ସେପଟେ ମୋଟ ଆକ୍ରାନ୍ତ ସଂଖ୍ୟା ୧୩୬ ଥିବାବେଳେ ସେଥିରୁ ୪୭ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି। ସେହିପରି ଦିନକୁ ଦିନ ବୈପାରୀଗୁଡାରେ କରୋନା ସଂକ୍ରମଣର ପ୍ରଭାବ ବଢିଚାଲିଛି। ଏଣୁ ଏହି କରୋନା ଚେନ୍ କୁ ରୋକ ଦେବା ପାଇଁ ବା ଆଗକୁ ଯେଭଳି ଗୋଷ୍ଠୀ ସଂକ୍ରମଣ ନହୁଏ ତାକୁ ଦୃଷ୍ଟିରେ ରଖି ବୈପାରୀଗୁଡା ପ୍ରଶାସନ ପକ୍ଷରୁ ବୈପାରୀଗୁଡା ଥାନା, ଗୋୖଡସାହି ଓ ପୁରୁଣା ମେଡିକାଲକୁ ଅବରୋଧ ଅଂଚଳ ଘୋଷଣା କରାଯାଇଛି l ବୈପାରୀଗୁଡାରେ ମୋଟ ଦଶଟି ପଜିଟିଭ୍ ଚିହ୍ନଟ ମଧ୍ୟରୁ ଶେଷ ଚାରିଟି ଲୋକାଲ କଣ୍ଟlକଣ୍ଟ ବୋଲି ଜଣାପଡିବା ପରେ ଏହି ପଦକ୍ଷେପ ପ୍ରଶାସନ ପକ୍ଷରୁ ନେଇଥିବା ଜଣାପଡିଛି l ବର୍ତ୍ତମାନ କିଛି ଦିନ ପର୍ଯ୍ୟନ୍ତ ବୈପାରୀଗୁଡା ଥାନା ବଦଳରେ ଜୟପୁର ସଦର ଥାନାରେ ଅଭିଯୋଗ ଗ୍ରହଣ କରାଯିବ ବୋଲି ବୈପାରୀଗୁଡା ଡ଼ିଏସପି ଅଂଶୁମାନ ଦ୍ୱିବେଦୀ ସୋସିଆଲ ମିଡିଆ ହ୍ଵାଟସପ ଗ୍ରୁପ ମାଧ୍ୟମରେ ଜଣାଇଛନ୍ତି l ସେହିପରି ରୋଗୀଙ୍କୁ ଜୟପୁର ଜିଲ୍ଲା ଚିକିତ୍ସାଳୟକୁ ପଠାଇ ଦିଆଯାଉଥିବା ଖବର ଅଛି l ସୂଚନା ଥାଉକି ୪ଟି ଲୋକାଲ କଣ୍ଟlକଣ୍ଟ ମଧ୍ୟରୁ ବୈପାରୀଗୁଡା ଥାନା କର୍ମଚାରୀ ଜଣେ ଓ ସ୍ୱାସ୍ଥ୍ୟ କର୍ମଚାରୀ ୨ ଜଣ ଓ ଜଣେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସମ୍ପର୍କୀୟ ପଜିଟିଭ୍ ଚିହ୍ନଟ ପରେ ଏହି ପଦକ୍ଷେପ ନିଆଯାଇଛି l ଏପଟେ ବ୍ଲକ କାର୍ଯ୍ୟାଳୟକୁ ଅଗାମି ୧୩ ତାରିଖ ପର୍ଯ୍ୟନ୍ତ କେହି ନ ଆସିବାକୁ ପ୍ରଶାସନ ପକ୍ଷରୁ ମୁଖ୍ୟ ଗେଟରେ ଅବରୋଧ ଅଂଚଳ ଘୋଷଣା ବେନେର ମାରିଛନ୍ତି l