କୋରାପୁଟ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି
କୋରାପୁଟ, (ଓ୍ବାଇଏନ୍ଏସ୍):ଆଜି ୬ ନୂଆଁ ଆକ୍ରାନ୍ତଙ୍କ ସହ କୋରାପୁଟ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ୬ଜଣଙ୍କ ମଧ୍ୟରେ ଲକ୍ଷ୍ମୀପୁରରୁ ୨ ଜଣ,ନନ୍ଦପୁରରୁ ୨ଜଣ ,ଦଶମନ୍ତପୁର ଓ ଜୟପୁରରୁ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।ଏମାନେ ସମସ୍ତେ ଆନ୍ଧ୍ର ଫେରନ୍ତା ଓ ସଂଗରୋଧରେ ଥିଲେ।୫ଜଣ ଆକ୍ରାନ୍ତଙ୍କୁ ଜୟପୁର କୋଭିଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।ତେବେ ପ୍ରଶାସନ ପାଇଁ ଚିନ୍ତା ବଢାଇଛନ୍ତି ଜୟପୁରର ଆକ୍ରାନ୍ତ।ସେ ଘରେ ସଂଗରୋଧରେ ଥିଲେ ବି ଦୁଇ ଦିନ ତଳୁ ରାଜ୍ୟ ପାର କରି ଆନ୍ଧ୍ର ପ୍ରଦେଶର ବିଜୟଓ୍ବାଡା ଚାଲି ଯାଇଛନ୍ତି।ଆଉ ଏ ସଂପର୍କରେ ପ୍ରଶାସନ ପାଖରେ ଖବର ନଥିଲା।ତେବେ ତାଙ୍କୁ ଠାବ କରିବା ପାଇଁ ଉଦ୍ୟମ ଚାଲିଥିବା କରିଛି ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ।ସଂପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ସହ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଇ ସଂପର୍କୀୟ ଓ ଅନ୍ୟ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଯିବାକୁ ନିଷ୍ପତ୍ତି ହୋଇଛି।


