କୋରାପୁଟ ଦକ୍ଷତା ଓ ତାଲିମ କେନ୍ଦ୍ର ଛକ ନିକଟରେ ଦୁର୍ଘଟଣା
କୋରାପୁଟ,(ହେମନ୍ତ ପାଣିଗ୍ରାହୀ) : ମିନି ଟ୍ରକ ଗାଡ଼ି ଧକ୍କା ଦେଲା ବିଦ୍ୟୁତ୍ ପୋଲ ଓ ଘରକୁ । ଘରର ପାଚେରୀ କାନ୍ଥ ଭାଙ୍ଗି ଥିଲେ ମଧ୍ୟ ଅଳ୍ପକେ ବର୍ତି ଯାଇଛନ୍ତି ଘରେ ଥିବା ଲୋକ।ପାଚେରୀ ଭାଙ୍ଗିଥିଲା ମଧ୍ୟ ଘରେ ଥିବା ଲୋକଙ୍କ କୌଣସି କ୍ଷତି ହୋଇନାହିଁ । ଘଟଣାରୁ ପ୍ରକାଶ ଯେ ଜୟପୁରରୁ କୋରାପୁଟ ଅଭିମୁଖେ ଆସୁଥିବା ମିନି ଟ୍ରକଟି ସର୍କିଟ ହାଉସ ନିକଟ ଗଡାଣି ଠାରେ ବ୍ରେକ ଫେଲ ହୋଇଗଲା ।ଦକ୍ଷତା ତାଲିମ କେନ୍ଦ୍ର ଛକ ସର୍ବଦା ଜନଗହଳି ପୂର୍ଣ୍ଣ ଓ ବ୍ୟସ୍ତ ବହୁଳ ଅଞ୍ଚଳ ହୋଇଥିବାରୁ ଗାଡ଼ିର ଚାଳକ କୌଶଳ କ୍ରମେ ବାମ ପଟ ରାସ୍ତା କଡକୁ ଗାଡିଟିକୁ ନେଇଯାଇଥିଲା । ରାସ୍ତା କଡ଼ରେ ଥିବା ବିଦ୍ୟୁତ୍ ପୋଲକୁ ଧକ୍କା ଦେ଼ଇ ପାର୍ଶ୍ବରେ ଥିବା ସରକାରୀ ଘରର ପାଚେରୀକୁ ମଧ୍ୟ ଧକ୍କା ଦେଇ ଅଟକି ଯାଇଥିଲା ଫଳରେ ବିଦ୍ୟୁତ୍ ତାର ଛିଣ୍ଡି ଯାଇ ରାସ୍ତା ଉପରେ ପଡିଥିଲା। ଘଟଣା ସ୍ଥଳରେ ଥିବା ଲୋକେ ୨୬ ନମ୍ବର୍ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଲୋକଙ୍କୁ ସତର୍କ କରାଇ ବିଦ୍ୟୁତ୍ ବିଭାଗ କୁ ଖବର ଦେଇଥିଲେ। ବିଦ୍ୟୁତ୍ ବିଭଗର କର୍ମଚାରୀ ବିଦ୍ୟୁତ୍ ସରବରାହ ବନ୍ଦ କରିଥିଲେ । କୋରାପୁଟ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରୁଛନ୍ଟି ।