କୋରୁଅ ପଂଚାୟତରେ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ
ନାଉଗାଁ,(ଯୁଗାବ୍ଦ ନୁୃ୍ୟଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ କୋରୁଅ ପଂଚାୟତରେ କଂଗ୍ରେସ ଦଳ ପକ୍ଷରୁ ପଂଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଜୋନ ସଭାପତି ନିରଂଜନ ବେହୁରାଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ମିଳନୀରେ ପିସିସି କାର୍ଯ୍ୟକାରୀ ସଭାପତି ତଥା ଜଗତସିଂହପୁର ବିଧାୟକ ତଥା ବିରୋଧି ଦଳ ଉପନେତା ଚିରଞୀବ ବିଶ୍ୱାଳ ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଓଡିଶାର ଜନସାଧରଣଙ୍କୁ ଦୀର୍ଘ ବର୍ଷ ହେଲା ପ୍ରତାରଣା କରି ଆସୁଛନ୍ତି । ଉପା ସରକାର ସମୟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା -୨୦୧୩ , ବିଦ୍ୟୁତକରଣ ଯୋଜନା, ଭତା, ଆବାସ ଯୋଜନା, ସ୍ୱାସ୍ଥ୍ୟ ସେବା,୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା ଆଦି ବିଭିନ୍ନ ଯୋଜନା କରାଯାଇଛି । କିନ୍ତୁ ଏହି ଯୋଜନାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜାନର ନାମ ପରିର୍ବତନ କରି ଜନସାଧାରଣକୁ ଭୁଆଁ ବୁଲାଉଛନ୍ତି ବୋଲି ବିଧାୟକ ଶ୍ରୀ ବିଶ୍ୱାଳ କହିଥିଲେ । ଏହି ଅବସରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପଂଚାୟତର ବିଭିନ୍ନ ଗ୍ରାମରୁ ବିଜୟ ବିଶ୍ୱାଳ, ଚିତ୍ରସେନ ପରିଡା, ଭିମସେନ ପରିଡା, ମାଗୁ ପରିଡା, କେଦାର ବିଶ୍ୱାଳ, ମାଗୁଣୀ ବିଶ୍ୱାଳଙ୍କ ସମେତ ୨୦ରୁ ଉର୍ଦ୍ଧ ପରିବାର ଅନ୍ୟ ଦଳ ଛାଡି କଂଗ୍ରେସରେ ଯୋଗ ହୋଇଥିଲେ । ବିଧାୟକ ଶ୍ରୀ ବିଶ୍ୱାଳ ସେମାନଙ୍କୁ ପୁଷ୍ପଗୁଛ ଦେଇ ଦଳକୁ ସ୍ୱାଗତ କରିଥିଲେ । ତାଙ୍କ ସହିତ ଜିଲ୍ଲା ସାଧାରଣ ସଂପାଦକ ବୈରାଗୀ ଚରଣ ସାଇଁ,ବେଣୁଧର ସ୍ୱାଇଁ ପ୍ରମୁଖ ଯୋଗ ଦେଇ କର୍ମୀମାନଙ୍କୁ ଏକଜୁଟ ହୋଇ ଦଳ ପାଇଁ କାମ କରିବାକୁ ଆହ୍ୱାନ ଦେଇଥିଲେ । ବିଧାୟକଙ୍କ ଦୃଢ ନେତୃ୍ତ୍ୱ ଉପରେ ଆସ୍ଥା ପ୍ରକଟ କରି କଂଗ୍ରେସରେ ଯୋଗ ଦେଇଥିବା ନୂତନ ଭାବେ ଦଳରେ ସାମିଲ ହୋଇଥିବା କର୍ମୀମାନେ କହିଥିଲେ । ଏହି କାର୍ଯ୍ୟକ୍ରମରେ ପଂଚାୟତର ପୂର୍ବତନ ସରପଂଚ ନଗେନ୍ଦ୍ର ନାୟକ, ପୂର୍ବତନ ସମିତି ସଭ୍ୟ ଲୋଚନ ବିଶ୍ୱାଳ,ମନୋରଂଜନ ମହାନ୍ତି, ବରିଷ୍ଠ ନେତା କରୁଣାକର ନାୟକ, ବିଜୟ ବେହେରା, ଜିତେନ୍ଦ୍ରନାଥ ନାୟକ, କୃପାସିନ୍ଧୁ ଦାସ, ବିବେକାନନ୍ଦ ବାରିକ, ଗୁଣାକର ବିଶ୍ୱାଳ, ପ୍ରମୋଦ ମହାନ୍ତିଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।