କୋରୋ ପଂଚାୟତର ଘରପୋଡି ବିପନ୍ନଙ୍କୁ ସହାୟତା ପ୍ରଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ପଂଚାୟତ ଅନ୍ତର୍ଗତ ଉପେଇପୁର ଗ୍ରାମର ଭାବଗ୍ରାହୀ ନାୟକଙ୍କ ପୁଅ ରାଜକିଶୋର ନାୟକଙ୍କ ବାସଗୃହଟି ମଙ୍ଗଳବାର ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡରେ ସଂପୂର୍ଣ୍ଣ ପୋଡିଯାଇଛି । ଏ ସମ୍ପର୍କରେ ଖବର ପାଇ ବିଧାୟକ ଶଶୀଭୂଷଣ ବେହେରା ଘରପୋଡି ବିପନ୍ନ ଶ୍ରୀ ନାୟକଙ୍କ ଘରକୁ ଯାଇ ସମବେଦନା ଜଣାଇବା ସହ କେନ୍ଦ୍ରାପଡା ତହସିଲଦାରଙ୍କୁ ଖବର ଦେଇଥିଲେ । ତହସିଲ ପକ୍ଷରୁ ୫ହଜାର ଟଙ୍କାର ସରକାରୀ ଆର୍ଥିକ ସହାୟତା ସମେତ ଜରିପାଲ ବିଧାୟକ ଶ୍ରୀ ବେହେରା ରାଜକିଶୋରଙ୍କୁ ପ୍ରଦାନ କରିଛନ୍ତି । ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ମଧ୍ୟ ସେହି ଗ୍ରାମକୁ ଯାଇ ବିପନ୍ନଙ୍କୁ ସହାୟତା ପ୍ରଦାନ ସହିତ ସରକାରଙ୍କ ଯୋଜନାରେ ପକ୍କାଘର ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ବିଧାୟକଙ୍କ ସହିତ ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ରାଜେଶ ପଣ୍ଡା, ପଂଚାୟତ ସଭାପତି ଅଶୋକ ବରାଳ, ଶରତ ସାମଲ, ଉଦୟନାଥ ମଳିକ, ରାଜେଶ ଦାସ, ଶିବ ପ୍ରସାଦ ଭଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ