କୌଶଲ୍ୟା ସାହିତ୍ୟ ଓ ସଂସ୍କୃତି ପରିଷଦର ମାସିକ ବୈଠକ

କଟକ, (ଯୁଗାବ୍ଦ ନ୍ୟୁଜ) : କୌଶଲ୍ୟା ସାହିତ୍ୟ ଓ ସଂସ୍କୃତି ପରିଷଦର ମାସିକ ବୈଠକ ସ୍ଥାନୀୟ ନେତାଜୀ ପବ୍ଳିକ୍ ସ୍କୁଲ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଅନୁଷ୍ଠାନର ବରିଷ୍ଠ ସଭ୍ୟ ଖଗେଶ୍ୱର ମହାରଣାଙ୍କ ଅଧ୍ୟକ୍ଷତାରେ, କବି ତଥା “ବୋଉ’ର ସମ୍ପାଦକ ସଞ୍ଜୟ କୁମାର ଚୌଧୁରୀ ସାରସ୍ୱତ ପତ୍ରିକା”ବୋଉ’ର ପ୍ରକାଶନ ପାଇଁ ଲେଖା ସଂଗ୍ରହ, ନୂତନ ସଭ୍ୟ ସମ୍ପର୍କିତ ଏବଂ ନୂତନ ଲେଖକ ଲେଖିକାଙ୍କୁ ଉକ୍ତ ସାରସ୍ୱତ ସାହିତ୍ୟ ପତ୍ରିକାରେ ସାମିଲ କରିବା ପାଇଁ ଗୁରୁତ୍ୱ ଆରୋପ କରିଥିଲେ । ପତ୍ରିକାଟି ଯେପରି ସମସ୍ତ ପାଠକ ପାଠିକାମାନଙ୍କ ପାଖରେ ପହଞ୍ôଚପାରିବ ଏବଂ ଆଗାମୀ ଏପ୍ରିଲ ସଂଖ୍ୟାକୁ ସରସ ସୁନ୍ଦର କରିବା ପାଇଁ ଅନୁଷ୍ଠାନର ଅନ୍ୟତମ ସଦସ୍ୟ ସୋମନାଥ ସାହୁ, ରାଜେନ୍ଦ୍ର ଦାଶ ଓ ଶରତଚନ୍ଦ୍ର ନାୟକ ମତାମତ ରଖିଥିଲେ । ଏଥି ସହିତ ଗୁରୁଶ୍ରୀ ଆବାସିକ ବିଦ୍ୟାଳୟ ଓଡ଼ିଆ ମାଧ୍ୟମ ଖୁବ୍ ଶୀଘ୍ର ଖୋଲିବା ପାଇଁ ବୈଠକରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । “ବୋଉ’ ପତ୍ରିକାର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଶୁ ସାହିତ୍ୟିକ ବନମାଳୀ ସାମନ୍ତରାୟ ଏକ ପ୍ରେସ୍ ବିଜ୍ଞପ୍ତିରେ ଏହା କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ