କ୍ରାଇମ ବ୍ରାଞ୍ଚ ଜାଲରେ ଖଣିମାଫିଆ ସଂଞ୍ଜୟ ପାଇକରାୟ
ବେଆଇନ ଖଣିଖାଦନ ଓ ସ୍ଥାନୀୟ ଲୋକଙ୍କୁ ବୋମାର ଭୟ ଦେଖାଇ ମାଫିଆରାଜ ଚଳାଇଥିବା ସଂଞ୍ଜୟ ପାଇକରାୟକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ସଂଞ୍ଜୟ ଠାରୁ କ୍ରାଇମବ୍ରାଞ୍ଚ ଟିମ ୧୦ କିଲୋଗ୍ରାମ ଆମୋନିୟମ, ନାଇଟ୍ରେଟ ବିସ୍ପୋରକ ,ଗିଲାଟିନ ଷ୍ଟିକ, ଆଦି ବିସ୍ପୋରକ ସାମଗ୍ରୀ ଜବତ କରିଛି । ସଂଞ୍ଜୟ ପାଇକରାୟ ବିରୋଦ୍ଧରେ ଆଇପିସିର ଧାରା ୩୭୯,୪୧୧,୪୨୦,୪୬୭,୪୬୮,୪୭୧,୧୨୦ ବି ,୧୫,୨୭,୩୪୫ କେସ ରୁଜୁ ହୋଇ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁଯାୟୟୀ ସଂଞ୍ଜୟର ସହଯୋଗୀ ଡକାୟତି ମାମଲାରେ ଧରାପଡିବା ପରେ ଆଜି ଖଣିମାଫିଆ ସଂଞ୍ଜୟ ବର୍ମାଙ୍କୁ ଗିରଫ କରାଯାଇଛି । ତାର ଅନ୍ୟ ୨୦ ସହଯୋଗୀଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ।