କ୍ରିକେଟ ଖେଳ ହେଲା କାଳ

କଳାହାଣ୍ଡି (ଯୁଗାବ୍ଦ ନ୍ୟୁଜ)ବିଶ୍ୱକପ କ୍ରିକଟେର ପ୍ରଥମ ସେମିଫାଇନାଲ ମ୍ୟାଚରେ ବୁଧବାର ନିୟୁଜିଲାଣ୍ଡ ଠାରୁ ଭାରତ ହ।ରିଯିବା ପରେ ନିଜ ସାଙ୍ଗ ମାନଙ୍କ ସହ ବାଜି ଲଗାଇ ହ।ରିଯାଇଥିବା ଯୁବକ ବିଷ ପାନ କରି ଗୁରୁତର ଥିବା ଜଣାପଡ଼ିଛି । ଭାରତ ବିଶ୍ୱକପ ସେମିଫାଇନାଲରେ ହାରିଗଲା ବୋଲି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ନୂଆଗାଁ ଗ୍ରାମ ପଞ୍ଚାୟତ ଶିଙ୍ଗଭାଡ଼ି ଗ୍ରାମର ସମ୍ବାରୁ ଭୋଈ ବିଷ ପିଇଲେ । ବିଷ ପିଇ ନିଜ ଜମିରେ ପଡିଥିବା ବେଳେ ପରିବାର ଲୋକେ ଧର୍ମଗଡ଼ ଡାକ୍ତରଖାନାକୁ ନେଇ ଥିବାବେଳେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ଧର୍ମଗଡ଼ ଡାକ୍ତରଖାନାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇ ଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ