କ୍ରୀଡ଼ାବିତ କିଶୋର ଚନ୍ଦ୍ର ରଥଙ୍କ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇ ତାମ୍ର ପଦକ ହାସଲ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡିର କ୍ରୀଡ଼ାବିତ କିଶୋର ଏଥେଲିଟକ୍ସ ଏସୋସିଏସନ ଦ୍ଵାରା ମୋଗେଲ ଜିଲ୍ଲାର ଚିନ୍ ଚୁରା ମଇଦାନରେ ଆୟୋଜିତ ହୋଇଥିବା ଦୁଇ ଦିନିଆ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇ ତାମ୍ର ପଦକ ହାସଲ କରି ଗୌରବ ଆଣିଛନ୍ତି।ଏହି ପ୍ରତିଯୋଗିତାରେ ଶ୍ରୀଲଙ୍କା, ନେପାଳ, ବାଙ୍ଗାଦେଶ ସହିତ ଭାରତର ବିଭିନ୍ନ ରାଜ୍ୟର ପ୍ରତିଯୋଗୀ ଭାଗ ନେଇଥିଲେ। ଏଥିରେ ଓଡ଼ିଶା ମୋଟ ୧୦ଟି ପଦକ ହାସଲ କରିଥିବା ବେଳେ ପାରଳାଖେମୁଣ୍ଡିର କିଶୋର ଚନ୍ଦ୍ର ରଥ ଲମ୍ବ ଡିଆଁରେ ତାମ୍ର ପଦକ ହାସଲ କରି ଜିଲ୍ଲାର ଗୌରବ ବଢାଇଛନ୍ତି।ଏଥିରେ ପ୍ରକାଶ କୁମାର ଗଡ଼ନାୟକ ୧୦୦ ମିଟର ଦୌଡ଼,୨୦୦ ମିଟର ଦୌଡ଼ ଏବଂ ଲମ୍ବ ଡିଆଁ ରେ ଦୁଇଟି ସ୍ୱର୍ଣ୍ଣ ପଦକ ସହ ଗୋଟିଏ ରୋପ୍ୟ ପଦକ ପାଇଛନ୍ତି। ବବିତା ପଣ୍ଡା ୫ ମିଟର ଚାଲିବାରେ ସ୍ୱର୍ଣ୍ଣ ପଦକ ପାଇଛନ୍ତି।ଏବଂ ଲମ୍ବ ଡିଆଁ ରେ ସ୍ୱର୍ଣ୍ଣ ସହ ତିନୋଟି ପଦକ ପାଇଛନ୍ତି।ହରେକୃଷ୍ଣ ଦୁବେ ୪୦୦ ମିଟର ଦୌଡ଼ ରେ ରୋପ୍ୟ ପଦକ,୮୦୦ ମିଟର ଦୌଡ଼ ଏବଂ ୧୫୦୦ ମିଟର ଦୌଡ଼ରେ ତାମ୍ର ପଦକ ପାଇଥିଲେ। କିଶୋର ଚନ୍ଦ୍ର ରଥଙ୍କ ଏପରି ସଫଳତା ପାଇଁ ଗଜପତି ଜିଲ୍ଲାର ବିଭିନ୍ନ ମହଲରୁ ଓ ଅବକାରୀ ବିଭାଗ ତରଫରୁ ପ୍ରଶଂସା ଏବଂ ସ୍ୱାଗତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ