କ୍ରୀଡ଼ା ପ୍ରତିଯୋଗୀତା ପାଇଁ ବୈଠକ ଓ କମିଟି ଗଠିତ

ହାଟଡିଡି,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ହାଟଡିହି ବ୍ଲକର ୩୪ନଂ ଜୋନ ଅଂଚଳର ଆଂଚଳିକ ଭେଟେରାନ କ୍ରିକେଟ ଆସୋସିଏସନ ଗଠନ କରାଯାଇଛି । ଏହି କ୍ରିକେଟ ଆସୋସିଏସନ ହାଟଡିହି ବ୍ଲକଟିକୁ ଉତର, ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଚାରିଟି ଅଂଚଳ ଭାବେ ବିଭକ୍ତ କରି ପ୍ରତି ଅଂଚଳରୁ ଗୋଟିଏ ଲେଖାଏଁ ଟିମ ତିଆରି କରାଯାଇ ୪ଟି ଟିମ ରହିବ । ଏଥିରେ ୪୦ ବର୍ଷରୁ ଉଦ୍ଧ୍ୱର୍ କ୍ରୀଡ଼ାବିତଙ୍କୁ ନେଇ ଟିମ ଗଠନ କରାଯିବ । ଏହି ଉଦ୍ଦେଶ୍ୟ ନେଇ ଆଂଚଳିକ ଭେଟେରାନ କ୍ରିକେଟ ଆସୋସିଏସନ ଗଠନ କରାଯାଇଛି । ଡଃ. ମନମୋହନ ରାଉତ ଅଧ୍ୟକ୍ଷତାରେ ଏହି ପ୍ରୟାସ କରାଯାଇଛି । ଏହାକୁ ନେଇ ଆଜି ଦ୍ୱିତୀୟ ବୈଠକ ବିଦ୍ୟାଧରପୁର ବାଲିବରେଇ  ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ହୋଇଛି । ଏହି ବୈଠକରେ ଆସନ୍ତା ଡିସେମ୍ବର ମାସ ୨୮ ଓ ୨୯ ତାରିଖରେ ଏହି ଟୁର୍ଣ୍ଣାମେଂଟ ହେବ ବୋଲି ସ୍ଥିର ହୋଇଛି । ଏଥିପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଛି । ଏହି ଆରଭିସିଏର ସଭାପତି ଭାବେ ଡଃ. ମନମୋହନ ରାଉତ, ଉପସଭାପତି ଭାବେ ବସନ୍ତ କୁମାର ପଢ଼ିଆରୀ, ସମ୍ପାଦକ ଭାବେ ସୋମନାଥ ଦାସ, ସହସମ୍ପାଦକ ଭାବେ ଆନନ୍ଦ ଦାସ କୋଷାଧକ୍ଷ ଭାବେ ରବି ନାରାୟଣ ରାଉତ, ସହ କୋଷାଧକ୍ଷ ଭାବେ ସୁଦୀପ୍ତ ସାହୁ, ମିଡ଼ିଆ ସଂଯୋଜକ ଭାବେ  ଗୋପାଳକୃଷ୍ଣ ରାଉତ ରହିଛନ୍ତି । ପରାମର୍ଶଦାତା କମିଟିର ଭୁବନାନନ୍ଦ ପଟ୍ଟନାୟକ, ନାରାୟଣ ଚନ୍ଦ୍ର ବିଶ୍ୱାଳ, ବିଜୟ କୁମାର ରାଉତ, ବିଜୟ କୁମାର ମହାନ୍ତି, ଅଶୋକ କୁମାର ରାଉତ, ବୃନ୍ଦାବନ ରାଉତ ଭାବେ ଥିବା ବେଳେ ସଦସ୍ୟ ଭାବେ ପ୍ରିୟବ୍ରତ ନାୟକ, ଅଜିତ୍ ଜେନା, ବିଶ୍ୱଭୂଷଣ ରାଉତ, ନାରାୟଣ ରାଉତ, ପଂଚାନନ ମଲ୍ଲିକ, ମହେଶ ବାରିକ, ହରିନାଥ ରାଉତ, ବିଶ୍ୱଜିତ୍ ବେହେରା, ଘନଶ୍ୟାମ ହାତୀ, ଅଜୟ ରାଉତ ପ୍ରମୁଖ ରହିଛନ୍ତି । ଏହି ଟୁର୍ଣ୍ଣାମେଂଟ ବାଲୁକେଶ୍ୱର ହାଇସ୍କୁଲ ଷ୍ଟାଡ଼ିୟମରେ କରାଯିବାକୁ ନିଷ୍ପତି ହୋଇଛି । ପୁରାତନ ଖେଳାଳୀଙ୍କୁ ନେଇ ଏହି କ୍ରୀଡ଼ାପ୍ରତିଯୋଗୀତା କରାଯିବ ।  ଏଭଳି କାର୍ଯ୍ୟକ୍ରମ ଏ ଅଂଚଳରେ ଆରମ୍ଭ କରାଯାଇଥିବାରୁ ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯିବା ସହିତ ପୁରାତନ ଖେଳାଳୀ ମାନେ ଭାଗ ନେବାକୁ ଥିବାରୁ ଗ୍ରାମାଂଚଳର ଥିବା ବୟସ୍କ ଖେଳାଳୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଡଃ. ମନମୋହନ ରାଉତଙ୍କର ଏଭଳି ପଦକ୍ଷେପରେ ଭାଇଚାରା ସୃଷ୍ଟି ହେବ ଏବଂ ପୁରାତନ ଖେଳାଳୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହେବ ବୋଲି ଆଲୋଚିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ