ହସ୍ତୀ ଅଭୟାରଣ୍ୟରୁ ଶାଳିଆ ପତିନି ଶୀକାର ଅଭିଯୋଗରେ ଜଣେ ଗିରଫ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକର ହଦଗଡ଼ ହସ୍ତୀ ଅଭୟାରଣ୍ୟ ଭିତରେ ପସି ଶାଳିଆ ପତିନି ଶୀକାର କରୁଥିବା ଅଭିଯୋଗରେ ଜଣେ ଶିକାରୀକୁ   ଗିରଫ କରିଛି ଜଙ୍ଗଲ ବିଭାଗ। ଉକ୍ତ ଶିକାରୀର ଘର ବାଲେଶ୍ଵର ଜିଲ୍ଲା ଖଇରା ଥାନା ଗାଁ ବଗେଇପୁର ଗ୍ରାମର ଓ ତାର ନାମଟୁନୁ ଖେରୁଆଡ (୪୦)। ସେ ଗତକାଲି ହଦଗଡ଼ ହସ୍ତୀ ଅଭୟାରଣ୍ୟ ଭିତରୁ ବାହାରୁଥିବା ବେଳେ ସିଆଡିମାଳିଆ ନିକଟରେ ଜଙ୍ଗଲ ବିଭାଗର ରେଞ୍ଜର ମାର୍ଶାଲ କିସ୍କୁ, ବନପାଳ ମଳୟ କୁମାର ସାହୁ, ବନରକ୍ଷୀ ଜ୍ୟୋତି ରଞ୍ଜନ ମାଝୀ, ସ୍କ୍ୱାର୍ଡ ସଦସ୍ୟ ପ୍ରେମାନନ୍ଦ ଜେନା, ଗୌରାଙ୍ଗ ହାଁସଦା ପ୍ରମୁଖ କର୍ମଚାରୀ ମାନେ ପେଟ୍ରଲିଂ କରୁଥିବା ସମୟରେ ସନ୍ଦେହ ହେବାରୁ ସେ ଧରିଥିବା ବ୍ୟାଗକୁ ତଲାସୀ କରିଥିଲେ। ତା ବ୍ୟାଗ୍ ଭିତରୁ ଦୁଇଟି ମାଇ  ଶାଳିଆପତିନିର ମୃତଦେହ , ଜାଲ, ଏକ ଧାରୁଆକତା, ଓ ଗୋଟେ ଟାଙ୍ଗିଆ ବାହାରିଥିଲା। ପଚରା ଉଚୁରା କରିବାରୁ ସେ ମାଂସ ଉଦ୍ଦେଶ୍ୟରେ ଶାଳିଆ ପତିନି ଶୀକାର କରିଥିବା ସ୍ଵୀକାର କରିଥିଲା। ଡିଏଫଓ ପ୍ରସାନ୍ତ କୁମାର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ରେଞ୍ଜର ମାର୍ଶାଲ କିସ୍କୁ, ବନପାଳ ମଳୟ କୁମାର ସାହୁ, ବନରକ୍ଷୀ ଜ୍ୟୋତି ରଞ୍ଜନ ମାଝୀ, ସ୍କ୍ୱାର୍ଡ ସଦସ୍ୟ ପ୍ରେମାନନ୍ଦ ଜେନା, ଗୌରାଙ୍ଗ ହାଁସଦା ପ୍ରମୁଖ ତାକୁ ଗିରଫ କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ତାକୁ କୋର୍ଟ ଚାଲାଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ