ଗୁରୁଡ଼ା ବିଦ୍ୟାଳୟରେ ୭୯ ତମ ସ୍ୱାଧିନତା ଦିବସ ପାଳିତ
କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଯୋଡ଼ା ବ୍ଳକ ଅନ୍ତର୍ଗତ ବଳଦା ପଞ୍ଚାୟତ ଗୁରୁଡ଼ା ଧରଣୀଧର ଉଚ୍ଚ ବିଦ୍ୟାଳୟ ଓ ଓଏମସି ମଧ୍ୟ ଇଂରାଜୀ ବିଦ୍ୟାଳୟ ରେ ୭୯ତମ ସ୍ୱାଧିନତାଦିବସ ପାଳିତ ହୋଇ ଯାଇଛି । ଏହି ବିଦ୍ୟାଳୟ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟାଟା ଖଡବନ୍ଧ ଖଣିର ମ୍ୟାନେଜର ହାଡିବନ୍ଧୁ ଜେନା ସମ୍ମାନିତ ଅତିଥି ଭାବେ ଟାଟା ଫାଉଣ୍ଡେସନ ର ସରସ୍ଵତୀ ହେମରମ ପତାକା ଉତ୍ତୋଳନ କରିଥିଲେ । ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷୟତ୍ରୀ ଗୁଣମଣି ମହାନ୍ତ ଓ ଓଏମସି ମଧ୍ୟ ଇଂରାଜୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ବେଙ୍ଗରା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ବିଭିନ୍ନ ପ୍ରତି ଯୋଗି ତା ରେ ଭାଗ ନେଇ ବିଜେତା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ ! ଶେଷରେ ମିଷ୍ଠାନ୍ନ ବଂଟନ କରାଯାଇଥିଲା !


