କ୍ରୁଶଳୀ ଚାଷୀ, ଗୋ ସାତ୍ରାଙ୍ଗ ,ଭାଗବତ ପ୍ରେମୀ ଗଙ୍ଗାଧରଙ୍କ ୧୦୫ ବର୍ଷ ବୟସରେ ଦେହାନ୍ତ,

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ବେଲଗୁଣ୍ଠା ବ୍ଲକ ,ଗୋବରା ବଡ ଦାଣ୍ଡ ସାହିର ଗଙ୍ଗାଧର ସାହୁ ଙ୍କ୧୦୫ ବର୍ଷ ବୟସରେ ନିଜ ବାସ ଭବନରେ ପରଲୋକ ଘଟିଛି । ଗଙ୍ଗାଧର ଅଂଚଳରେ ଜଣେ କ୍ରୁଶଳୀ ଚାଷୀ ଭାବେ ବେଶ ଜଣାଶୁଣା ଥିଲେ । ଏହା ସହ ଗୋ ସାତ୍ରଙ୍ଗ ଓ ଭାଗବତ ପ୍ରେମୀ ଥିଲେ । ଗାଈ ଗୋରୁଙ୍କୁ ଝଡଫୁଙ୍କ ମାଧ୍ୟମରେ ଭଲ କରୁଥିଲେ ବୋଲି ଲୋକଙ୍କ ବିଶ୍ୱାସ ରହିଥିଲା ।ସେ କିଛି ଦିନ ହେବ ବାର୍ଦ୍ଧକ୍ଷ ରୋଗରେ ପୀଡିତ ଥିଲେ । ଗଙ୍ଗାଧର ପ୍ରତ୍ୟକ ଦିନ ଦୁଇଟି ଖବର କାଗଜ ବିନା ଚାଷମାରେ ପଢୁଥିଲେ । ଏତେ ବୟସରେ ମଧ୍ୟ ସେ କେବେ ରୋଗାଗ୍ରସ୍ତ ହୋଇନାହାନ୍ତି କି ମେଡିକାଲ ଯାଇନାହାନ୍ତି । ରବିବାର ଓ ସୋମବାର ମଧ୍ୟ ରାତ୍ର ୧୨,୩୦ ସମୟରେ ମୃତୁ ବରଣ କଲେ । ମୃତୁ ବେଳକୁ ପୁଅ କୈଳାସ, ଶ୍ରୀନିବାସ ଓ ରମେଶ ବୋହୁ ଓ ନାତି ନାତୁଣୀ ଉପସ୍ଥିତ ଥିଲେ । ଗଙ୍ଗାଧରଙ୍କ ମୃତୁ ଖବର ପ୍ରଚାରିତ ହେବାପରେ ତାଙ୍କ ଶେଷ ଦର୍ଶନ ପାଇଁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରଙ୍କନିଧି ସାହୁ, ପୂର୍ବତନ ସରପଞ୍ଚ ଚନ୍ଦ୍ରଶେଖର ନାୟକ , ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, କୋସାଧକ୍ଷ ବିଭୂପାଦ ଜେନା, ଶିକ୍ଷାବିତ ରାମକୃଷ୍ଣ ପାତ୍ର, ପୂର୍ବତନ ସମିତି ସଭ୍ୟ ରାମେଶ୍ୱର ରାଉତ, ଶିବରାମ ରାଉତ, ତ୍ରିନାଥ ଗୌଡ଼ ଓ ଧୋବା ଗୌଡ଼ ପ୍ରମୁଖ ଯାଇ ସମବେଦନା ଜଣାଇଥିଲେ । ଏକ ପଟୁଆରରେ ଗାଁ ପରିକ୍ରମା କରିବାପରେ ନିଜ ଗାଁ ସ୍ୱସାନରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା ।ପୁଅ ଶ୍ରୀନିବାସ ମୁଖାଗ୍ନି ଦେଇଥିଲେ।ଗୋବରା ଅଂଚଳରେ ସେ ସବୁଠାରୁ ବୟସ୍କ ବ୍ୟକ୍ତି ଥିଲେ । ତାଙ୍କ ମୃତୁରେ ଅଂଚଳରେ ଶୋକର ସାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ