କ୍ରେଡିଟ କୋପରେଟିଭ ସୋସାଇଟ ନିର୍ବାଚନ : ଉପସଭାପତି ନିର୍ବାଚିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟ୍ ଲିଃ.ର ଉପସଭାପତି ପଦ ପାଇଁ ସମିତିର ନିର୍ଦେଶିକା ସାବନା ପରୱିନ ଏକମାତ୍ର ପ୍ରାର୍ଥୀନୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ନିର୍ବାଚନ ଅଧିକାରୀ ମୃତ୍ୟୁଞ୍ଜୟ ଶତପଥୀ ତାଙ୍କୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ । ସୋସାଇଟିର ସଭାପତି ପ୍ରମୋଦ ସାହୁ ଓ ଅନ୍ୟତମ ନିର୍ଦେଶକ ସେକ ରିୟାସତ ଉପସଭାପତି ପ୍ରାର୍ଥୀ ସାବନା ପରୱିନଙ୍କର ଯଥାକ୍ରମେ ପ୍ରସ୍ତାବକ ଓ ସମର୍ଥକ ରହିଥିଲେ । ଏହି ନିର୍ବାଚନ ସମୟରେ ସମିତିର ନିର୍ଦେଶକ କୈଳାସ ବେହେରା, ଦିଲ୍ଲୀପ ପାତ୍ର, ଅକ୍ଷୟ ଦାଶ, ସୁଶାନ୍ତ ମହାରଣା, ଅନୁସୟା ସାମଲ, ବହ୍ଲବ ନନ୍ଦୀ, ଗୀତାଞ୍ଜଳି ସାହୁ, ପ୍ରଭାତୀ ଲେଙ୍କା, ଜିତେନ୍ଦ୍ର ଖୁଣ୍ଟିଆ, ଦିଲ୍ଲିପ ରାଉତ, ପ୍ରଫୁଲ୍ଲ ମିସ୍ତ୍ରୀ ଓ ଅମିତାଭ ସାହୁ ପ୍ରମୁଖ ଉପସ୍ଥିତ ରହି ଉପସଭାପତି ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବାରୁ ସାବନା ପରୱିନଙ୍କୁ ପୁଷ୍ପଗୁଛ ଓ ଫୁଲମାଳ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସମିତିର କର୍ମଚାରୀ ଓ ଏଜେଣ୍ଟମାନେ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ପୂର୍ବଥର ସାବନା ପରୱିନ ସମିତିର ନିର୍ଦେଶିକା ଥିବା ବେଳେ ଓଡିଶା ରାଜ୍ୟ ଅର୍ବାନ ବ୍ୟାଙ୍କ ଓ କ୍ରେଡିଟ କୋପରେଟିଭ ସୋସାଇଟି ଫେଡେରେସନର ନିର୍ଦେଶିକା ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ପ୍ରହ୍ଲାଦ ସାହୁ, ଅତିରିକ୍ତ ସାମ୍ପାଦକ ଅରବିନ୍ଦ ସାହୁ, ଜେନେରାଲ ମ୍ୟାନେଜର ମନୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।