କ୍ଲଷ୍ଟର ସ୍ତରୀୟ ଗୋଷ୍ଠୀ ଶିକ୍ଷା ସାଧନ କେନ୍ଦ୍ର ଉଦଘାଟିତ
ହାଟଡ଼ିହି, (ବିକାଶ ବିଶ୍ୱାଳ ):ଆସ୍ପାୟର ସଂସ୍ଥା ତରଫରୁ ହାଟଡିହି ବ୍ଲକ୍ ଅନ୍ତର୍ଗତ ପଞ୍ଚୁଗୋଛିଆ ଗ୍ରାମ ପଞ୍ଚାୟତ ରେ ଏକ କ୍ଲଷ୍ଟର ସ୍ତରୀୟ ଗୋଷ୍ଠୀ ଶିକ୍ଷା ସାଧନ କେନ୍ଦ୍ର ଉଦଘାଟିତ ହୋଇଯାଇଛି। । ଏଥି ସହ ଏହି ପଞ୍ଚାୟତ ର ମୁଖ୍ୟ ଭାବେ ସରପଞ୍ଚ ମହୋଦୟ ଙ୍କ ମାଧ୍ୟମରେ ଏହି ପଞ୍ଚାୟତକୁ ଶିଶୁ ଶ୍ରମିକ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଗଲା। ଗୋଷ୍ଠୀ ଶିକ୍ଷା ସାଧନ କେନ୍ଦ୍ର ମାଧ୍ୟମରେ ତୃତୀୟ ଶ୍ରେଣୀ ରୁ ଯୁକ୍ତ ୩ ଯାଏଁ ଶିଶୁ ଓ ଛାତ୍ରଛାତ୍ରୀ ମାନଙ୍କ ପ୍ରଯୁକ୍ତି ବିଦ୍ୟା ବଢ଼ାଇବା ପାଇଁ ୧୨ ଟି କମ୍ପ୍ୟୁଟର ସିଷ୍ଟମ ଆସ୍ପାୟାର ଦ୍ଵାରା ଗ୍ରାମ ପଞ୍ଚାୟତ ର ଶିକ୍ଷା ର ଉନ୍ନତି ସକାଶେ ପ୍ରଦାନ କରାଯାଇଛି।ତତ୍ ସହିତ ବଜାର ମୂଲ୍ୟ ଠାରୁ ୫୦ ପ୍ରତିଶତ କମ ମୂଲ୍ୟରେ ସମସ୍ତ ପ୍ରକାରର ଅନଲାଇନ୍ ସେବା ସହ ଜେରକ୍ସ, ପ୍ରିଣ୍ଟ ଏବଂ ଫଟୋ ଉଠାଯିବାର ବ୍ୟବସ୍ଥା କରାଯାଇଛି। ଏହି ସଂସ୍ଥା ରେ ହେବାକୁ ଥିବା ଆୟ ରେ କିପରି ଏହାର ଉନ୍ନତି ହେବ ସେଥି ଲାଗି ଏକ କମିଟି ମଧ୍ୟ ଗଠନ କରା ଯାଇଛି। କାର୍ଯ୍ୟ କରିବା ହେଲା। ଏଥିଲାଗି ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ଧନେଶ୍ଵର ଖଣ୍ଡେଈ, ପୂର୍ବତନ ସି.ଡି.ପି.ଓ ଶ୍ରୀମତୀ ସରସ୍ଵତୀ ସେଠୀ, ଆସ୍ପାୟାର ରାଜ୍ୟ ସଂଯୋଜକରବି କୁମାର, ହାଟଡିହି ବ୍ଲକ ପୂର୍ବତନ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ସ୍ବାଇଁ, ପଞ୍ଚୁଗୋଛିଆ ସରପଞ୍ଚ ଦୀନେଶ କୁମାର ସେଠୀ, ପଞ୍ଚୁଗୋଛିଆ ସି.ଆର୍.ସି.ସି ଆର୍ତ୍ତତ୍ରାଣ ଜେନା, ପଞ୍ଚୁଗୋଛିଆ ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ପୂଜା ଯେନା,
ପୂଜା ଜେନା, ମୁଗୁପୁର୍ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହଳଧର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଏଥିରେ ଅନେକ ଏସ.ଏଚ.ଜି ମହିଳା, ଗ୍ରାମବାସୀ ତଥା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ କୁ ଆସ୍ପାୟାର ବ୍ଲକ୍ ସଂଯୋଜକ କୃପାସିନ୍ଧୁ ସିଂ ଏବଂ ଶିକ୍ଷା ସଂଯୋଜକ ଦୁଷ୍ମନ୍ତ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


