କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ସୁନ୍ଦରପୁର ଦୋହରାପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା ଶନିବାର ଅନୁଷ୍ଠିତ ହୋଇଯାଇଛି । ମଠଡିହ ନୋଡାଲ ଉଚ୍ଚ ବିଦ୍ୟାଳୟ କ୍ଲଷ୍ଟର ସିଆରସିସି ନିକୁଞ୍ଜ ବିହାରୀ ଜେନାଙ୍କ ତତ୍ତ୍ବାବଧାନ ତଥା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅନିଲ କୁମାର ଦାସଙ୍କ ସହଯୋଗରେ କ୍ଲଷ୍ଟର ଅଧୀନ ୧୦ ଟି ବିଦ୍ୟାଳୟର ୪୬ ଜଣ ଶିଶୁ ପ୍ରତିଯୋଗୀ ସେମାନଙ୍କର ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରିଥିଲେ । ଶିଶୁ ମାନଙ୍କ ବୌଦ୍ଧିକ ଜ୍ଞାନର ବିକାଶ ସହ ସହଜ ଉପାୟରେ ଗଣିତ ଓ ମାତୃଭାଷାକୁ ବୋଧଗମ୍ୟ କରିବା ଏହି ମେଳା ଆୟୋଜନର ଲକ୍ଷ୍ୟ ଥିଲା । ସିଆରସିସି ପରମାନନ୍ଦ ବଳ, ରବିନ୍ଦ୍ର କୁମାର ନନ୍ଦି, ବରିଷ୍ଠ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଓ ଅଶୋକ ବେହେରା ପ୍ରଦର୍ଶିତ ଶିକ୍ଷଣ ସାମଗ୍ରୀର ମୂଲ୍ୟାୟନ କରି କୃତି ଛାତ୍ରୀଛାତ୍ରଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଶିକ୍ଷଣ ସାମଗ୍ରୀ ମେଳାରେ ସମସ୍ତ ସ୍କୁଲର ଗାଇଡ ଟିଚର ଉପସ୍ଥିତ ଥିଲେ । ପହଣା ଉପ୍ରା ବିଦ୍ୟାଳୟ ସିଆରସିସି ମଙ୍ଗୁଳି ଚରଣ ସେଠି ଉପସ୍ଥିତ ରହି ଶିକ୍ଷଣ ମେଳା ପରିଚାଳନାରେ ସହାୟତା କରିଥିଲେ ।