କ୍ଲଷ୍ଟର ସ୍ତରୀୟ ସହଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ

ଭଣ୍ଡାରିପୋଖରୀ , (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମହୁରା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସ୍କୁଲ ପରିଚାଳନା କମିଟି ସଭ୍ୟ ସଭ୍ୟାଙ୍କ ତ୍ରିଦିବସୀୟ ସହଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ପ୍ରଧାନଶିକ୍ଷକ ରବିନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ବାବାଜୀ ଚରଣ ଜେନା, ସମ୍ମାନୀତ ଅତିଥି ଭାବେ ଏବିଓ ଅନିଲ କୁମାର ବଳ, ଶିକ୍ଷାବିତ ପ୍ରଫୁଲ୍ଲ ସାହୁ, ଶିକ୍ଷା ସଂଯୋଜକ ରଞ୍ଜନ କୁମାର ମହାନ୍ତି, ପରିଚାଳନା କମିଟି ସଭାପତି ପ୍ରଭାତ ଜେନା ପ୍ରମୁଖ ଯୋଗଦେଇ ପ୍ରଶିକ୍ଷଣ ଭିତ୍ତିକ ସହଯୋଗ କାର୍ଯ୍ୟକ୍ରମ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ପ୍ରଶିକ୍ଷକ ଭାବେ ପ୍ରସନ୍ନ ମହାକୁଡ ଓ ଅଜୟ ରାୟ କାର୍ଯ୍ୟକ୍ରମ ସମ୍ପାଦନା କରିଥିବାବେଳେ ପବିତ୍ର ଦାସ, ଅଭିମନ୍ୟୁ ବେହେରା, ପୁଷ୍ପାଞ୍ଜଳୀ ପାଢୀ, ସଂଗୀତା ବେହେରା, ତପସ୍ୱିନୀ ଜେନା, ପ୍ରେମଲତା ବେହେରା ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହାକୁ ପରିଚାଳନା କରିଥିଲେ । ଶିକ୍ଷୟତ୍ରୀ ମନସ୍ୱିନୀ ରାଉତ ଧନ୍ୟବାଦ ଦେଇଥିଲେ । ସେହିଭଳି ଯଶୋଟିକିର କ୍ଲଷ୍ଟର ଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଧାନଶିକ୍ଷକ ପୁରୁଷୋତ୍ତମ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଏବିଓ ଅକ୍ଷୟ କୁମାର ଜେନା, ସିଆରସିସି ପୁଷ୍ପକ ଚନ୍ଦ୍ର ଭାରତୀ, କମିଟି ସଭାପତି ଜଗବନ୍ଧୁ ମହାପାତ୍ର, ଶିକ୍ଷକ ବିଭୂତିଭୂଷଣ ମହାନ୍ତି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ନରେନ୍ଦ୍ର ସେଠୀ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ