କ୍ଳଷ୍ଟର୍ ସ୍ତରୀୟ ସୁରଭି

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର ପ୍ରଗତି ବିଦ୍ୟାପୀଠରେ କେନ୍ଦୁପଦର କ୍ଳଷ୍ଟର୍ ସ୍ତରୀୟ ସୁରଭି-2024 ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ରଞ୍ଜିତା ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି I ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ସିଆରସିସି ନିରଞ୍ଜନ ପରିଡ଼ା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ଖୁକୁଣ୍ଡିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭଗବାନ ସ୍ୱାଇଁ ଯୋଗ ଦେଇଥିଲେ I ସେହିପରି ସମ୍ମାନିତ ଅତିଥି ରୁପେ ପ୍ରଧାନ ଶିକ୍ଷକ ଜୟରାମ ବେହେରା,ପ୍ରଧାନ ଶିକ୍ଷୟିତ୍ରୀ ଅଳକା କୁମାରୀ ପଣ୍ଡା ଯୋଗଦେଇଥିଲେ I ଶିକ୍ଷକ ଦ୍ୱିତୀକୃଷ୍ଣ ବେହେରା, ମେଘନାଦ ଦଳବେହେରା,ପ୍ରଭାକର ବିଷୋୟୀ, ବିଜୟ କୁମାର କୁଅଁର,ଅଶୋକ କୁମାର କହଁର,ଅର୍ଚ୍ଚନା ଗୌଡ଼,ନାରାୟଣ ସ୍ୱାଇଁ,ଦିଗମ୍ବର ପ୍ରଧାନ,ବସୁପ୍ରଦ ତ୍ରୀପାଠୀ, ରାଜେନ୍ଦ୍ର ପ୍ରଧାନ, କାଳୁ ଖଣ୍ଡୁଆଳ,ଶିବାନି ଗୌଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ I ଏଥିରେ ଏଗାରଟି କ୍ଲଷ୍ଟର୍ ରୁ 220 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ବିଭିନ୍ନ ବିଭାଗରେ ରୁଦ୍ର ପ୍ରସାଦ ସ୍ୱାଇଁ,ଆୟୁଷ ପ୍ରଧାନ,ଶିବାନି ସେଠୀ, ମନିଷା ଗୌଡ଼,ଦିପ୍ତିମୟୀ ଗୌଡ଼,ଦିବ୍ୟ ଜ୍ୟୋତି ସ୍ୱାଇଁ, ସ୍ୱିଟି ବିଷୋୟୀ,ହିମାଂଶୁ ମହାରଣା,ସ୍ନେହଲତା ସେଠୀ,ନମଶ୍ରୀ ସେଠୀଙ୍କ ସମେତ କେନ୍ଦୁପଦର ଉଚ୍ଚ ବିଦ୍ୟାଳୟର ନୃତ୍ୟଦଳ ବ୍ଲକ୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଥିଲେ I ପ୍ରଭାତ କୁମାର ମିଶ୍ର ଏବଂ ଗୀତାଞ୍ଜଳି ଦାସ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ