କ୍ଷତ୍ରିୟବରପୁର ଡିଗ୍ରୀ କଲେଜ୍ ରେ ପଦାର୍ଥ ବିଜ୍ଞାନ ବିଭାଗର ପାଠଚକ୍ର
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗରେ ଏଲ୍ଆଇ-ଏଫ୍ଆଇ ସମ୍ପର୍କରେ ଏକ ପାଠଚକ୍ର ଅନୁଷ୍ଠିତ ହେବା ସହିତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି I ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ.ଗିରିଧର ନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରୂପେ ରାସାୟନ ବିଭାଗ ମୁଖ୍ୟ ଅଧ୍ୟାପକ ଡ .ରବିନାରାୟଣ ପାତ୍ର ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ପଦାର୍ଥ ବିଜ୍ଞାନ ବିଭାଗ କର୍ମକର୍ତ୍ତା ସଞ୍ଜୟ କୁମାର ପଣ୍ଡା ଏବଂ ଶ୍ରୀନୀବାସ ତ୍ରିପାଠି ଉପସ୍ଥିତ ଥିଲେ I ଏଲ୍ଆଇ-ଏଫ୍ଆଇ ସମ୍ପର୍କରେ ଛାତ୍ରୀ ସନ୍ଧ୍ୟାଲକ୍ଷ୍ମୀ ପ୍ରଧାନ ସନ୍ଦର୍ଭ ପାଠ କରିଥିଲେ I ଏଲ୍ଆଇ-ଏଫ୍ଆଇ କିପରି ଇଣ୍ଟରନେଟ୍ ର ବିକଳ୍ପ ହୋଇପାରିବ ,ଦେଶର ସୀମା ସୁରକ୍ଷା, ଦେଶର ଗୋପନୀୟତା ଓ କାର୍ଯ୍ୟାଳୟର ଗୋପନୀୟତା ବଜାୟ ରଖିପାରିବ ସେହି ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ I ଛାତ୍ରୀ ସୁନିତା ଦାଶ ବିଭାଗୀୟ ବିବରଣୀ ପାଠ କରିଥିଲେ I ଏହି ଅବସରରେ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା I ଛାତ୍ରୀ ମଧୁସ୍ମିତା ତ୍ରିପାଠି ଧନ୍ୟବାଦ ଜ୍ଞାପନ କରିଥିଲେ I


